ସ୍କର୍ପିଓକୁ ପିଟିଲା ଅଜଣା ଗାଡି, ଦୁଇ ମୃତ ଓ ଜଣେ ଆହତ 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବିଷୁଣ୍ଡିହ ଛକରେ ସ୍କର୍ପିଓକୁ ପିଟିଲା ଅଜଣା ଗାଡି । ଘଟଣା ସ୍ଥଳରେ ଦୁଇ ମୃତ ହୋଇଥିବା ବେଳେ ଜଣେ ଆହତ । ଆହତ ବ୍ୟକ୍ତି କୁ ମେଡିକାଲ ରେ ଭର୍ତ୍ତି । ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ ଗତ ରାତି ରେ ଗୋଟିଏ ଏସ୍କର୍ପିଓ ତିନି ଜଣ ବସି ପାରଳାଖେମୁଣ୍ଡି ରୁ ବିହାର ର […] The post ସ୍କର୍ପିଓକୁ ପିଟିଲା ଅଜଣା ଗାଡି, ଦୁଇ ମୃତ ଓ ଜଣେ ଆହତ  appeared first on KNews Odisha.

ସ୍କର୍ପିଓକୁ ପିଟିଲା ଅଜଣା ଗାଡି, ଦୁଇ ମୃତ ଓ ଜଣେ ଆହତ 
car accident

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବିଷୁଣ୍ଡିହ ଛକରେ ସ୍କର୍ପିଓକୁ ପିଟିଲା ଅଜଣା ଗାଡି । ଘଟଣା ସ୍ଥଳରେ ଦୁଇ ମୃତ ହୋଇଥିବା ବେଳେ ଜଣେ ଆହତ । ଆହତ ବ୍ୟକ୍ତି କୁ ମେଡିକାଲ ରେ ଭର୍ତ୍ତି । ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ ଗତ ରାତି ରେ ଗୋଟିଏ ଏସ୍କର୍ପିଓ ତିନି ଜଣ ବସି ପାରଳାଖେମୁଣ୍ଡି ରୁ ବିହାର ର ପାଟନା ଯାଉଥିଲେ । ହେଲେ ପରିସ୍ରା କରିବାକୁ ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ବିଷୁଣ୍ଡିହ ଛକ ନିକଟରେ ରାତି ୨.୩୦ରେ ରାସ୍ତା କଡରେ ଗାଡିକୁ ଠିଆ କରିଥିଲେ । ହେଲେ ପଛପଟୁ ଗୋଟିଏ ଅଜଣା ଗାଡି ଆସି ସ୍କର୍ପିଓ ଶକ୍ତ ଧକ୍କା ଦେଇଥିଲା ଆଉ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଖସି ପଳାଇଥିଲା । ଦୁର୍ଘଟଣା ଫଳରେ ସ୍କର୍ପିଓ ଟି ରୋଡ଼ ଉପରେ ଚାରି ଚକର ମାରି ରାସ୍ତା କଡ଼କୁ ଖସି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ହେଲା ଆଶୁତୋଷ କୁମାର ଓ ଅଭିଷେକ କୁମାର ଭି ରାଜ । ଓ ଆହତ ବ୍ୟକ୍ତି ହେଲେ ସଂଜୀବ କୁମାର । ସମସ୍ତ ବ୍ୟକ୍ତି ବିହାରର ପାଟନା ଜିଲ୍ଲାର । ଘଟଣା ସ୍ଥଳରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ପହଞ୍ଚି ସାରିଥିବା ବେଳେ, ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତି କୁ ବାଣପୁର ମେଡିକାଲ ଭର୍ତ୍ତି କରିବା ସହିତ ମୃତ ବ୍ୟକ୍ତି ଓ ସ୍କର୍ପିଓ କୁ ଜବତ କରି ତଦନ୍ତ ଚଲାଇଛି ।

The post ସ୍କର୍ପିଓକୁ ପିଟିଲା ଅଜଣା ଗାଡି, ଦୁଇ ମୃତ ଓ ଜଣେ ଆହତ  appeared first on KNews Odisha.