ସ୍କାଏପିର ଦୁଇ ଦଶନ୍ଧୀର ଯୁଗ ଶେଷ: ଏହି ଦିନ ଠାରୁ ବନ୍ଦ ହୋଇଯିବ ଆପ୍,ତା' ବଦଳରେ ଆସିବ...
ନୂଆଦିଲ୍ଲୀ: ସ୍କାଏପି, ଭିଡିଓ କଲ୍,ମେସେଜ୍ ଆଦି କରିବାକୁ ହେଲେ ସମସ୍ତେ ଏହି ଆପ୍କୁ ଖୋଜନ୍ତି। ଦୀର୍ଘ ଦୁଇ ଦଶନ୍ଧୀ ଧରି ସେବା ଯୋଗାଉଥିବା ଏହି ଆପ୍ର ଏବେ ଶେଷ ସମୟ ଆସି ଯାଇଛି। ସ୍କାଏପିର ଦୁଇ ଦଶନ୍ଧୀର ଯୁଗର ଅବସାନ ଘଟାଇ ଆସୁଛି ମାଇକ୍ରୋସଫ୍ଟ ଟିମ୍ସ। ମେ ୫ ତାରିଖରୁ ସ୍କାଏପି ଆପ୍ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ମାଇକ୍ରୋସଫ୍ଟ ଘୋଷଣା କରିଛି।ଏନେଇ କମ୍ପାନୀ କହିଛି “ଆମର ମାଗଣା ଗ୍ରାହକ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଏବଂ ଗ୍ରାହକଙ୍କ ଆବଶ୍ୟକତା ସହିତ ସହଜରେ ଖାପ ଖୁଆଇପାରିବା ପାଇଁ, ଆମେ ମେ ୨୦୨୫ରେ Skype ବନ୍ଦ କରି ଆମର ଆଧୁନିକ ଯୋଗାଯୋଗ ଏବଂ ସହଯୋଗ ହବ୍ Microsoft Teams (ମାଗଣା) ଉପରେ ଧ୍ୟାନ ଦେବୁ।” ତା ସହିତ ସ୍କାଏପିରେ ଥିବା ଡାଟାକୁ ମାଇକ୍ରୋସଫ୍ଟ ଟିମ୍କୁ ସ୍ଥାନାନ୍ତର କରାଯିବ ବୋଲି କମ୍ପାନୀ ବ୍ଲଗ୍ପୋଷ୍ଟରେ ଲେଖି ସୂଚନା ଦେଇଛି। ମାଇକ୍ରୋସଫ୍ଟ ଆଗାମୀ ତିନି ମାସ ମଧ୍ୟରେ ଧୀର ଧୀରେ ସ୍କାଏପିରୁ ଟିମ୍ସକୁ ପରିବର୍ତ୍ତନ ହେବ। ତେବେ ସ୍କାଏପି ଓ ଟିମ୍ସ ଏକାଧିକ ଫିଚର ସମାନ ରହିଛି। ତେବେ ଟିମ୍ସରେ ଆଉ କିଛି ଅତ୍ୟାଧୁନିକ ସୁବିଧା ଦିଆଯାଇଛି ବୋଲି କମ୍ପାନୀ କହିଛି।ପଢନ୍ତୁ- ବିଶ୍ୱର ସବୁଠାରୁ ହାଇସ୍ପିଡ୍ ଟ୍ରେନ୍ ତିଆରି କଲା ଚୀନ! ଘଣ୍ଟାକୁ କେତେ କିମି ଯିବ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ପରିବର୍ତ୍ତନକୁ ସହଜ କରିବା ପାଇଁ, ମାଇକ୍ରୋସଫ୍ଟ କହିଛି ଯେ ସ୍କାଏପି ବ୍ୟବହାରକାରୀମାନ
ନୂଆଦିଲ୍ଲୀ: ସ୍କାଏପି, ଭିଡିଓ କଲ୍,ମେସେଜ୍ ଆଦି କରିବାକୁ ହେଲେ ସମସ୍ତେ ଏହି ଆପ୍କୁ ଖୋଜନ୍ତି। ଦୀର୍ଘ ଦୁଇ ଦଶନ୍ଧୀ ଧରି ସେବା ଯୋଗାଉଥିବା ଏହି ଆପ୍ର ଏବେ ଶେଷ ସମୟ ଆସି ଯାଇଛି। ସ୍କାଏପିର ଦୁଇ ଦଶନ୍ଧୀର ଯୁଗର ଅବସାନ ଘଟାଇ ଆସୁଛି ମାଇକ୍ରୋସଫ୍ଟ ଟିମ୍ସ। ମେ ୫ ତାରିଖରୁ ସ୍କାଏପି ଆପ୍ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ମାଇକ୍ରୋସଫ୍ଟ ଘୋଷଣା କରିଛି।
ଏନେଇ କମ୍ପାନୀ କହିଛି “ଆମର ମାଗଣା ଗ୍ରାହକ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଏବଂ ଗ୍ରାହକଙ୍କ ଆବଶ୍ୟକତା ସହିତ ସହଜରେ ଖାପ ଖୁଆଇପାରିବା ପାଇଁ, ଆମେ ମେ ୨୦୨୫ରେ Skype ବନ୍ଦ କରି ଆମର ଆଧୁନିକ ଯୋଗାଯୋଗ ଏବଂ ସହଯୋଗ ହବ୍ Microsoft Teams (ମାଗଣା) ଉପରେ ଧ୍ୟାନ ଦେବୁ।” ତା ସହିତ ସ୍କାଏପିରେ ଥିବା ଡାଟାକୁ ମାଇକ୍ରୋସଫ୍ଟ ଟିମ୍କୁ ସ୍ଥାନାନ୍ତର କରାଯିବ ବୋଲି କମ୍ପାନୀ ବ୍ଲଗ୍ପୋଷ୍ଟରେ ଲେଖି ସୂଚନା ଦେଇଛି।
ମାଇକ୍ରୋସଫ୍ଟ ଆଗାମୀ ତିନି ମାସ ମଧ୍ୟରେ ଧୀର ଧୀରେ ସ୍କାଏପିରୁ ଟିମ୍ସକୁ ପରିବର୍ତ୍ତନ ହେବ। ତେବେ ସ୍କାଏପି ଓ ଟିମ୍ସ ଏକାଧିକ ଫିଚର ସମାନ ରହିଛି। ତେବେ ଟିମ୍ସରେ ଆଉ କିଛି ଅତ୍ୟାଧୁନିକ ସୁବିଧା ଦିଆଯାଇଛି ବୋଲି କମ୍ପାନୀ କହିଛି।
ପଢନ୍ତୁ- ବିଶ୍ୱର ସବୁଠାରୁ ହାଇସ୍ପିଡ୍ ଟ୍ରେନ୍ ତିଆରି କଲା ଚୀନ! ଘଣ୍ଟାକୁ କେତେ କିମି ଯିବ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଏହି ପରିବର୍ତ୍ତନକୁ ସହଜ କରିବା ପାଇଁ, ମାଇକ୍ରୋସଫ୍ଟ କହିଛି ଯେ ସ୍କାଏପି ବ୍ୟବହାରକାରୀମାନେ ଯେ କୌଣସି ସପୋର୍ଟେଡ୍ ଡିଭାଇସରେ ମାଗଣାରେ ଟିମ୍ସରେ ଲଗ୍ ଇନ୍ କରିବା ପାଇଁ ସେମାନଙ୍କର ବର୍ତ୍ତମାନର ପ୍ରମାଣପତ୍ର ବ୍ୟବହାର କରିପାରିବେ। ମୂଳତଃ, ସ୍କାଏପି ବ୍ୟବହାରକାରୀମାନେ ମାଗଣାରେ ଟିମ୍ସରେ ମିଟିଂ କରିବା, କ୍ୟାଲେଣ୍ଡର ମ୍ୟାନେଜ୍ କରିବା ଏବଂ କମ୍ୟୁନିଟିରେ ଜଏନ କରିବା ଭଳି ଫିଚର ପାଇ ପାରିବେ। ତା' ସହିତ ୱାନ୍-ଟୁ-ୱାନ୍ ଏବଂ ଗ୍ରୁପ୍ କଲ୍ କରିବା, ମେସେଜ୍ ପଠାଇବା ଏବଂ ଫାଇଲ୍ ମଧ୍ୟ ସେୟାର କରିପାରିବେ।
ଏନେଇ ମାଇକ୍ରୋସଫ୍ଟ କହିଛି ସ୍କାଏପି ଆକାଉଣ୍ଟରେ ଟିମ୍ସକୁ ଲଗ୍ ଇନ୍ କରିବା ପରେ ଚାଟ୍ ଏବଂ କଣ୍ଟାକ୍ଟଗୁଡ଼ିକ ଆପେ ଆପେ ନୂଆ ଆପରେ ଦେଖାଯିବ। ଫଳରେ ଆପଣ ସ୍କାଏପିରେ ଯେଉଁଠି ଛାଡ଼ିଥିଲେ ସେଇଠି କଥା କିମ୍ବା ମେସେଜ୍ ଆରମ୍ଭ କରିପାରିବେ। ତେବେ ସ୍କାଏପୀରୁ ଟିମ୍କୁ ପରିବର୍ତ୍ତନ ହେବା ସମୟରେ ଉୟ ୟୁଜର ପରସ୍ପର ସହିତ କଥା ହୋଇପାରିବେ। ମେ ୫ ତାରିଖ ପର୍ଯ୍ୟନ୍ତ ଏହା ହୋଇପାରିବ। ତା ପରେ ସ୍କାଏପି ବନ୍ଦ ହୋଇଯିବ।