ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପ୍ରାର୍ଥୀ, ମମତାଙ୍କ ପରେ ଭରିଲେ ନାମାଙ୍କନ
ଭୁବନେଶ୍ୱର ୨୧/୦୮: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ତେବେ ଗୋଟିଏ ସେଟ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡିଛନ୍ତି । ସୂଚନା ଥାଉକି, ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କିଛି ବିଜେପି ନେତାଙ୍କ ସହ ଆସି ସେ ସ୍ୱାଧୀନ ଭାବେ ରାଜ୍ୟସଭା ଆଶନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କାହିଁକି ନାମାଙ୍କନ ଦାଖଲ କରିଛନ୍ତି ତାହା ହେଉଛି ସବୁଠୁ ବଡ ପ୍ରଶ୍ନ ।
ଭୁବନେଶ୍ୱର ୨୧/୦୮: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର । ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ ।
ତେବେ ଗୋଟିଏ ସେଟ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡିଛନ୍ତି ।
ସୂଚନା ଥାଉକି, ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କିଛି ବିଜେପି ନେତାଙ୍କ ସହ ଆସି ସେ ସ୍ୱାଧୀନ ଭାବେ ରାଜ୍ୟସଭା ଆଶନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କାହିଁକି ନାମାଙ୍କନ ଦାଖଲ କରିଛନ୍ତି ତାହା ହେଉଛି ସବୁଠୁ ବଡ ପ୍ରଶ୍ନ ।