ଅଫିସ୍‌ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି

ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍‌ଆଇ ଅଫିସ୍‌ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍‌ଆଇ ଅଫିସ୍‌ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ।

ଅଫିସ୍‌ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି

ଅଦିନିଆ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କ୍ଷତିପୂରଣ ପାଇବା ପାଇଁ ଚାଷୀମାନେ ନାନା ହଇରାଣ ହରକତ ହେଉଛନ୍ତି। ଏପରି ସ୍ଥିତିରେ ଗୋପ ତହସିଲ ଅଧିନସ୍ଥ ବୌଲାଙ୍ଗ ପଞ୍ଚାୟତ ବୌଲାଙ୍ଗ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ମାର୍ଶାଲ ପ୍ରଧାନ ଅଫିସ୍‌ରେ ନାହାଁନ୍ତି। ମଧ୍ୟାହ୍ନରେ ମାତାଲ ଅବସ୍ଥାରେ ଅଫିସ୍‌ ଆଗରେ ଠିଆ ହୋଇ କହୁଛନ୍ତି, ... ମୋଦି ମୋର ଫ୍ରେଣ୍ଡ। ମୁଁ ଆଜି ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି। ଏମିତି କେତେ କ’ଣ ବାଚଳାମି କରି ଚାଲିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍‌ଆଇ ଅଫିସ୍‌ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍‌ଆଇ ଅଫିସ୍‌ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ। ଅଭିଯୋଗ ହେଉଛି ମଧ୍ୟାହ୍ନରେ ଆର୍‌ଆଇ ମହାଶୟ ଅଫିସ୍‌ ଆଗରେ ପହଞ୍ଚିଥିଲେ। ଆଉ ସିଏ ଚାଲିବା ଅବସ୍ଥାରେ ନଥିଲେ। ଏପରିକି ଭଲ ଭାବେ କଥା କହିପାରୁନଥିଲେ। ଯାହା ପାରୁଥିଲେ, ମନଇଚ୍ଛା ତାହା ଗପି ଚାଲୁଥିଲେ। ମଦ ନିଶାରେ ଯାହା କହିବା କଥା କହୁଥିଲେ, ଯାହା ନକହିବା କଥା କହିପକାଉଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ମାତାଲ ଅବସ୍ଥାରେ ବିଳମ୍ୱରେ ଅଫିସ୍‌ ଆସିବା ସମ୍ପର୍କରେ ଚାଷୀମାନେ ପଚାରିବାରୁ କହିଲେ, କାଲିଠାରୁ ଏଠାରେ ଅଛି। ମୁଁ ମଦ ପିଇଛି ବୋଲି କିଏ କହିଲା। ତହସିଲ୍‌ଦାର କିଏ? ମୋତେ ସରକାର ଚାକିରି ଦେଇନି। କଲେକ୍ଟର ମୋତେ ଚାକିରି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଛାତିରେ ହାତ ବାଡେଇ କହୁଛନ୍ତି ମୁଁ ବର୍ତ୍ତମାନ ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି। ମୋଦିଙ୍କୁ ମୁଁ ଛାଡ଼ିବାକୁ ଚାହୁଁନି। କାରଣ ମୋଦି ମୋର ବେଷ୍ଟ ଫ୍ରେଣ୍ଡ ବୋଲି କହୁଛନ୍ତି।