ବିବାଦରେ ଫସିଲା ସଲମାନଙ୍କ 'ସିକନ୍ଦର', ମୁସଲମାନ ସାମାଜିକ କର୍ମୀ ଉଠାଇଲେ ଦାବି
ମୁମ୍ଵାଇ ୦୩।୦୪; ଫିଲ୍ମ ‘ସିକନ୍ଦର ‘ ପାଇଁ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟିକୁ ମିଶ୍ରିତ ରିଭ୍ୟୁ ମିଳୁଛି। ସେପଟେ ମୁମ୍ବାଇରେ ଫିଲ୍ମ ସିକନ୍ଦରକୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି । ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।ମୁମ୍ବାଇର ଓକିଲ ତଥା ସାମାଜିକ କର୍ମୀ ଶେଖ ଫାୟାଜ ଆଲମ ମୁସଲମାନ ସମାଜକୁ ସଲମାନ ଖାନଙ୍କ ଫିଲ୍ମକୁ ବଏକଟ୍ କରିବାକୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ନିର୍ଦ୍ଦେଶକ ଆର୍ ମୁରୁଗାଦାସଙ୍କ ଫିଲ୍ମ 'ଥୁପ୍ପକ୍କୀ'ରେ ଇସଲାମୋଫୋବିୟା ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ଶେଖ୍ ଫାୟାଜ ଆଲମ ସିକନ୍ଦରକୁ ବଏକଟ୍ କରିବାକୁ କହି ଏହା କହିଛନ୍ତି ଯେ ମନୋରଞ୍ଜନ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଗାଜାକୁ ଦାନ କରନ୍ତୁ ଏବଂ ମୁସଲମାନ ଶିକ୍ଷା, ଆଇନ ସହାୟତା ଏବଂ ରାଜନୈତିକ ସଶକ୍ତିକରଣରେ ବିନିଯୋଗ କରନ୍ତୁ।କମୁଛି ରୋଜଗାର: ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଆର୍ ମୁରୁଗାଦାସ୍। ଏହା ହେଉଛି ଏକ ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମା ଫିଲ୍ମ। ତେବେ ଫିଲ୍ମର ଦୁର୍ବଳ କାହାଣୀ କାରଣରୁ ଇଦ୍ ପରେ ଫିଲ୍ମର ଆୟ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ ଫିଲ୍ମ 'ସିକନ୍
ମୁମ୍ଵାଇ ୦୩।୦୪; ଫିଲ୍ମ ‘ସିକନ୍ଦର ‘ ପାଇଁ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟିକୁ ମିଶ୍ରିତ ରିଭ୍ୟୁ ମିଳୁଛି। ସେପଟେ ମୁମ୍ବାଇରେ ଫିଲ୍ମ ସିକନ୍ଦରକୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି । ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।

ମୁମ୍ବାଇର ଓକିଲ ତଥା ସାମାଜିକ କର୍ମୀ ଶେଖ ଫାୟାଜ ଆଲମ ମୁସଲମାନ ସମାଜକୁ ସଲମାନ ଖାନଙ୍କ ଫିଲ୍ମକୁ ବଏକଟ୍ କରିବାକୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ନିର୍ଦ୍ଦେଶକ ଆର୍ ମୁରୁଗାଦାସଙ୍କ ଫିଲ୍ମ 'ଥୁପ୍ପକ୍କୀ'ରେ ଇସଲାମୋଫୋବିୟା ଦେଖାଯାଇଛି। ରିପୋର୍ଟ ଅନୁଯାୟୀ ଶେଖ୍ ଫାୟାଜ ଆଲମ ସିକନ୍ଦରକୁ ବଏକଟ୍ କରିବାକୁ କହି ଏହା କହିଛନ୍ତି ଯେ ମନୋରଞ୍ଜନ ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଗାଜାକୁ ଦାନ କରନ୍ତୁ ଏବଂ ମୁସଲମାନ ଶିକ୍ଷା, ଆଇନ ସହାୟତା ଏବଂ ରାଜନୈତିକ ସଶକ୍ତିକରଣରେ ବିନିଯୋଗ କରନ୍ତୁ।
କମୁଛି ରୋଜଗାର:
ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଆର୍ ମୁରୁଗାଦାସ୍। ଏହା ହେଉଛି ଏକ ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମା ଫିଲ୍ମ। ତେବେ ଫିଲ୍ମର ଦୁର୍ବଳ କାହାଣୀ କାରଣରୁ ଇଦ୍ ପରେ ଫିଲ୍ମର ଆୟ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ ଫିଲ୍ମ 'ସିକନ୍ଦର' ଇଦ୍ ଛୁଟି ପରେ ୨୦ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଏହି ଫିଲ୍ମ ତିନି ଦିନ ମଧ୍ୟରେ ପ୍ରାୟ ୭୪ କୋଟି ଟଙ୍କା ରୋଜଗାର କରିଛି।