ସ୍କୁଟରକୁ ଧକ୍କା ଦେଲା ଟ୍ରକ୍, ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଚକ

କଳାହାଣ୍ଡି ୨୮।୮: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହୋଇଛି । ସ୍କୁଟର ଆରୋହୀ ଜଣଙ୍କୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ସ୍କୁଟର ଆରୋହୀ ଜଣକ ତଳେ ପଡି ଯାଇଥିଲେ । ତଳେ ପଡି ଯିବା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକ୍‌ଟି ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ଜଣଙ୍କ ପରିଚୟ ମିଳିନଥିବା ଜଣାପଡିଛି ।ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇଯାଇଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।You Can Read:ଭିଜିଲାନ୍ସ ଜାଲରେ CHSE ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ସ୍କୁଟରକୁ ଧକ୍କା ଦେଲା ଟ୍ରକ୍, ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଚକ

କଳାହାଣ୍ଡି ୨୮।୮: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହୋଇଛି । 

ସ୍କୁଟର ଆରୋହୀ ଜଣଙ୍କୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ସ୍କୁଟର ଆରୋହୀ ଜଣକ ତଳେ ପଡି ଯାଇଥିଲେ । ତଳେ ପଡି ଯିବା ପରେ ତାଙ୍କ ମୁଣ୍ଡ ଉପରେ ଟ୍ରକ୍‌ଟି ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ଜଣଙ୍କ ପରିଚୟ ମିଳିନଥିବା ଜଣାପଡିଛି ।

ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇଯାଇଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

You Can Read:

ଭିଜିଲାନ୍ସ ଜାଲରେ CHSE ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍