ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଫୁଟ୍ବଲ୍ର ଡାନି ଅଲଭିସ୍ଙ୍କୁ ଜେଲ୍, ସ୍ପେନ୍ କୋର୍ଟ ଶୁଶାଇଲେ ଦଣ୍ଡ
ନୂଆଦିଲ୍ଲୀ: କାଟାଲୋନିଆର ସର୍ବୋଚ୍ଚ କୋର୍ଟ ଗୁରୁବାର ପୂର୍ବତନ ଫୁଟ୍ବଲ୍ ଖେଳାଳି ଡାନି ଅଲଭିସ୍ଙ୍କୁ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ବିରୋଧରେ ୨୦୨୨ରେ ବାର୍ସେଲୋନାର ଏକ ନାଇଟ୍ କ୍ଲବରେ ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ନେଇ ଅଭିଯୋଗ ହୋଇଥିଲା। ଆଉ ଏହି ମାମଲାର ଶୁଣାଣି କରି ସ୍ପେନ୍ କାଟାଲୋନିଆ କୋର୍ଟ ତାଙ୍କୁ ସାଢ଼େ ଚାରି ବର୍ଷର ଜେଲ୍ ଦଣ୍ଡ ସହ ୧୫୦,୦୦୦ ୟରୋ ବା ପ୍ରାୟ ୧୬୨,୯୯୦ ଡଲାରର ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହା ପ୍ରମାଣିତ ହୋଇଛି ଯେ, ପୀଡ଼ିତା ଅସହମତିରେ ଡାନି ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଆଉ ଏହା ପ୍ରମାଣିତ କରିବା ପାଇଁ ପ୍ରମାଣ ମଧ୍ୟ ମିଳିଛି। ତେବେ ମାମଲାରେ ଅଲ୍ଭିସ୍ କିନ୍ତୁ ପାଲଟା ଯୁକ୍ତି ରଖିଥିଲେ ଯେ, ଏଥିରେ ପୀଡ଼ିତାଙ୍କ ସହମତି ଥିଲା। ଆହୁରି ପଢ଼ନ୍ତୁ: କାରରେ ଧକ୍କାମାରି ଭାରତୀୟ ଛାତ୍ରୀଙ୍କ ଜୀବନ ନେଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଆମେରିକାରେ ହେବ ନାହିଁ ମୋକଦ୍ଦମା, ଜାଣନ୍ତୁ କାହିଁକି? ଉଲ୍ଲେଖଯୋଗ୍ୟ, ବାର୍ସେଲୋନାର ୪୦ ବର୍ଷୀୟ ପୂର୍ବତନ ଫୁଟବଲ ଖେଳାଳି ଜାନୁଆରୀରେ ଗିରଫ କରାଯାଇଥିଲା ଏବଂ ସେବେ ଠାରୁ ରିମାଣ୍ଡରେ ଅଛନ୍ତି। ତେବେ ଏହି ମାମଲାରେ କେବଳ ଅଲଭିସଙ୍କ ପରିଚୟ କାରଣରୁ ହିଁ ନୁହେଁ ବରଂ ବର୍ତ୍ତମାନ ସ୍ପେନର ଚର୍ଚ୍ଚାର ବିଷୟ ପାଲଟିଥିବା ଲିଙ୍ଗଗତ ବିଭେଦତା ମାମଲା କାରଣରୁ ବେଶ୍ ଗୁରୁତ୍ବପ
ନୂଆଦିଲ୍ଲୀ: କାଟାଲୋନିଆର ସର୍ବୋଚ୍ଚ କୋର୍ଟ ଗୁରୁବାର ପୂର୍ବତନ ଫୁଟ୍ବଲ୍ ଖେଳାଳି ଡାନି ଅଲଭିସ୍ଙ୍କୁ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ବିରୋଧରେ ୨୦୨୨ରେ ବାର୍ସେଲୋନାର ଏକ ନାଇଟ୍ କ୍ଲବରେ ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ନେଇ ଅଭିଯୋଗ ହୋଇଥିଲା।
ଆଉ ଏହି ମାମଲାର ଶୁଣାଣି କରି ସ୍ପେନ୍ କାଟାଲୋନିଆ କୋର୍ଟ ତାଙ୍କୁ ସାଢ଼େ ଚାରି ବର୍ଷର ଜେଲ୍ ଦଣ୍ଡ ସହ ୧୫୦,୦୦୦ ୟରୋ ବା ପ୍ରାୟ ୧୬୨,୯୯୦ ଡଲାରର ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହା ପ୍ରମାଣିତ ହୋଇଛି ଯେ, ପୀଡ଼ିତା ଅସହମତିରେ ଡାନି ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଆଉ ଏହା ପ୍ରମାଣିତ କରିବା ପାଇଁ ପ୍ରମାଣ ମଧ୍ୟ ମିଳିଛି। ତେବେ ମାମଲାରେ ଅଲ୍ଭିସ୍ କିନ୍ତୁ ପାଲଟା ଯୁକ୍ତି ରଖିଥିଲେ ଯେ, ଏଥିରେ ପୀଡ଼ିତାଙ୍କ ସହମତି ଥିଲା।
ଆହୁରି ପଢ଼ନ୍ତୁ: କାରରେ ଧକ୍କାମାରି ଭାରତୀୟ ଛାତ୍ରୀଙ୍କ ଜୀବନ ନେଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଆମେରିକାରେ ହେବ ନାହିଁ ମୋକଦ୍ଦମା, ଜାଣନ୍ତୁ କାହିଁକି?
ଉଲ୍ଲେଖଯୋଗ୍ୟ, ବାର୍ସେଲୋନାର ୪୦ ବର୍ଷୀୟ ପୂର୍ବତନ ଫୁଟବଲ ଖେଳାଳି ଜାନୁଆରୀରେ ଗିରଫ କରାଯାଇଥିଲା ଏବଂ ସେବେ ଠାରୁ ରିମାଣ୍ଡରେ ଅଛନ୍ତି। ତେବେ ଏହି ମାମଲାରେ କେବଳ ଅଲଭିସଙ୍କ ପରିଚୟ କାରଣରୁ ହିଁ ନୁହେଁ ବରଂ ବର୍ତ୍ତମାନ ସ୍ପେନର ଚର୍ଚ୍ଚାର ବିଷୟ ପାଲଟିଥିବା ଲିଙ୍ଗଗତ ବିଭେଦତା ମାମଲା କାରଣରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।
ସୂଚନାଥାଉକି, ୨୦୨୨ରେ ଯୌନ ଉତ୍ପୀଡ଼ନ ପ୍ରସଙ୍ଗରେ ଦେଶରେ ଏକ ଆଇନ ପାରିତ ହେବା ପରଠାରୁ ଏହି ଘଟଣା ସ୍ପେନରେ ସବୁଠୁ ହାଇ ପ୍ରୋଫାଇଲ ମାମଲା ମଧ୍ୟରୁ ଗୋଟିଏ। ଏହି ଆଇନରେ ଯୌନ ଉତ୍ପୀଡ଼ନ ମାମଲାରେ ସହମତିକୁ ଏକ ପ୍ରମୁଖ ତତ୍ତ୍ବ ଭାବରେ ରଖାଯାଇଛି ଏବଂ ହିଂସା ପାଇଁ ସର୍ବନିମ୍ନ ଜେଲ୍ ଅବଧିରେ ବୃଦ୍ଧି ହୋଇଛି।
The post ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଫୁଟ୍ବଲ୍ର ଡାନି ଅଲଭିସ୍ଙ୍କୁ ଜେଲ୍, ସ୍ପେନ୍ କୋର୍ଟ ଶୁଶାଇଲେ ଦଣ୍ଡ appeared first on Prameya News7.