ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ : ଦୁଇ ମୃତ, ଜଣେ ଗୁରୁତର
ବଣାଇଁ: ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ ସହ ସ୍କୁଟିର ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଯେ ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଳିପୋଷ ଗ୍ରାମର ସୁଧୀର ଠାକୁର (୨୮)ଏବଂ ତାଙ୍କର ଝିଆରୀ ଜାନକୀ ଠାକୁର (୧୩)ଓ କରିସ୍ମା ଠାକୁର (୯) ନିଜ ଗ୍ରାମରୁ ସ୍କୁଟି ଓଡି ୧୪-ପି-୯୯୨୪ ଯୋଗେ […]

ବଣାଇଁ: ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ ସହ ସ୍କୁଟିର ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ରୁ ପ୍ରକାଶ ଯେ ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଳିପୋଷ ଗ୍ରାମର ସୁଧୀର ଠାକୁର (୨୮)ଏବଂ ତାଙ୍କର ଝିଆରୀ ଜାନକୀ ଠାକୁର (୧୩)ଓ କରିସ୍ମା ଠାକୁର (୯) ନିଜ ଗ୍ରାମରୁ ସ୍କୁଟି ଓଡି ୧୪-ପି-୯୯୨୪ ଯୋଗେ ଲହୁଣୀପଡା ଆସିଥିଲେ। କାର୍ଯ୍ୟ ସାରି ବଣାଇ ଦେଇ ଘରକୁ ଫେରିବା ବେଳେ ରାଜାମୁଣ୍ଡା ବାଇପାସ୍ ରାସ୍ତାର ଗୋଲ ଛକି ଅତିକ୍ରମ କରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ରାଉରକେଲାରୁ ବାରକୋଟ ପଟେ ଯାଉଥିବା ଏକ ଟ୍ରକ ଓଡ଼ି – ୦୯-ପି-୮୪୭୮ ଟି ସ୍କୁଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ବସି ଥିବା ତିନି ଜଣ ଯାକ ତଳେ ପଡ଼ିଯିବା ସହ ଗାଡିର ପଛ ଚକରେ ଚାପି ହୋଇଯାଇଥିଲେ।
ଏଥିରେ ସୁଧୀର ଠାକୁର ଓ ଜାନକୀ ଠାକୁରଙ୍କ ଗୋଡ଼ ଉପରେ ଚକ ଚଡି ଯାଇଥିଲା। ଫଳରେ ସେମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇ ପଡିଥିଲେ । ଖବରପାଇ ଲହୁଣୀପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ତିନି ଜଣଙ୍କୁ ଚିକିତ୍ସା ପାଇଁ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଜାନକୀ ଠାକୁର ଓ କରିସ୍ମା ଠାକୁରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୁଧୀର ଠାକୁରଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଟ୍ରକ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।