ସ୍କୁଟିକୁ ପିଟିଲା ବାଇକ୍, ୩ ଗୁରୁତର
ମୋହନା ୧ା୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନାସ୍ଥିତ କଣ୍ଟେଇକୋଳି ଗାଁ ନିକଟରେ ବୁଧବାର ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗୌରୀ ଶବର (୨୧) ଓ ଅପସରା ଶବର(୧୫) ଓ ବାଇକ୍ ଚାଲକ ରମ୍ବୁ ଇସଲାମ। ସମସ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଝିଟିଗାଁରୁ ମୋହନା ବ୍ଲକରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ବୌଦ୍ଧ ମନ୍ଦିର ବୁଲିବାକୁ ୩ଜଣ […] The post ସ୍କୁଟିକୁ ପିଟିଲା ବାଇକ୍, ୩ ଗୁରୁତର appeared first on Dharitri Odia News.
ମୋହନା ୧ା୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନାସ୍ଥିତ କଣ୍ଟେଇକୋଳି ଗାଁ ନିକଟରେ ବୁଧବାର ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗୌରୀ ଶବର (୨୧) ଓ ଅପସରା ଶବର(୧୫) ଓ ବାଇକ୍ ଚାଲକ ରମ୍ବୁ ଇସଲାମ। ସମସ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଝିଟିଗାଁରୁ ମୋହନା ବ୍ଲକରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ବୌଦ୍ଧ ମନ୍ଦିର ବୁଲିବାକୁ ୩ଜଣ ଆସିଥିଲେ। ନୂଆବର୍ଷରେ ବୁଲାବୁଲି କରି ଫେରିବା ବେଳକୁ ଅପରାହ୍ନ ୫ଟା ହୋଇଯାଇଥିଲା। ବୁଲାବୁଲି ବେଳେ ହଠାତ୍ ଏକ ବାଇକ୍ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟ ବାଇକ୍ ଓ ସ୍କୁଟିରେ ଥିବା ୫ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସମୀର ତ୍ରିପାଠୀ ୩ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚତ୍ ସ୍କୁଟି( ଓଡି ୧୮କେ-୧୩୧୦) ଓ ବାଇକ୍ (ଓଆର ୦୭ କେ-୨୭୦୭)କୁ ଜବତ କରି ଅଧିକ ତଦନ୍ତ ଚଳାଇଛି।
The post ସ୍କୁଟିକୁ ପିଟିଲା ବାଇକ୍, ୩ ଗୁରୁତର appeared first on Dharitri Odia News.