ଭାରତୀୟ ପୁରୁଷ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ୍ର ମୁଖ୍ୟ କୋଚ ନିଯୁକ୍ତ ହେଲେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ତଥା କୋଲକାତା ନାଇଟରାଇଡର୍ସ ମେଣ୍ଟର ଗୌତମ ଗମ୍ବୀର। ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହି ଘୋଷଣା କରିଛନ୍ତି। ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଶାହ।ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ମୁଁ ଅତି ପ୍ରଶନ୍ନତାର ସହ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ଭାବରେ ସ୍ୱାଗତ କରୁଛି। ଆଧୁନିକ ଯୁଗର କ୍ରିକେଟ୍ ଦ୍ରୁତ ଗତିରେ ବିକଶିତ ହୋଇଛି, ଏବଂ ଗୌତମ ଏହି ପରିବର୍ତ୍ତନକୁ ଅତି ନିକଟରେ ଦେଖିଛନ୍ତି। ତାଙ୍କ ସମ୍ପୂର୍ଣ୍ଣ କ୍ୟାରିୟରରେ ସେ ବିଭିନ୍ନ ଭୂମିକାରେ ଉତ୍ତମ ପ୍ରଦର୍ଶନ କରିବା ପରେ ମୁଁ ନିଶ୍ଚିତ ଯେ ଭାରତୀୟ କ୍ରିକେଟ୍ ଆଗକୁ ନେବା ପାଇଁ ଗୌତମ ଜଣେ ଆଦର୍ଶ ବ୍ୟକ୍ତି। ଟିମ ଇଣ୍ଡିଆ ପାଇଁ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ, ବଡ଼ ଅନୁଭବ ଯୋଗୁ ମୁଖ୍ୟ କୋଚ୍ ପାଇଁ ସେ ଯୋଗ୍ୟ ବ୍ୟକ୍ତି ବୋଲି ପ୍ରବଳ ଦାବି ଉଠୁଥିଲା। ତେବେ ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ।”ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗୌତମ ଗମ୍ଭୀର ସେ କହିଛନ୍ତି “ଭାରତ ମୋର ପରିଚୟ ଏବଂ ମୋ ପାଇଁ ଦେଶ ସେବା କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ମୁଁ ଭାରତୀୟ ଦଳକୁ ଫେରି ଆସିଥିବାରୁ ଗର୍ବିତ, କିନ୍ତୁ ଏଥର ମୋ ମୁଣ୍ଡରେ ହେଟ୍ ଅଲଗା ହେବ। ମୋର ଲକ୍
ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ୍ର ମୁଖ୍ୟ କୋଚ ନିଯୁକ୍ତ ହେଲେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ତଥା କୋଲକାତା ନାଇଟରାଇଡର୍ସ ମେଣ୍ଟର ଗୌତମ ଗମ୍ବୀର। ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହି ଘୋଷଣା କରିଛନ୍ତି। ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଶାହ।
ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ମୁଁ ଅତି ପ୍ରଶନ୍ନତାର ସହ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ଭାବରେ ସ୍ୱାଗତ କରୁଛି। ଆଧୁନିକ ଯୁଗର କ୍ରିକେଟ୍ ଦ୍ରୁତ ଗତିରେ ବିକଶିତ ହୋଇଛି, ଏବଂ ଗୌତମ ଏହି ପରିବର୍ତ୍ତନକୁ ଅତି ନିକଟରେ ଦେଖିଛନ୍ତି। ତାଙ୍କ ସମ୍ପୂର୍ଣ୍ଣ କ୍ୟାରିୟରରେ ସେ ବିଭିନ୍ନ ଭୂମିକାରେ ଉତ୍ତମ ପ୍ରଦର୍ଶନ କରିବା ପରେ ମୁଁ ନିଶ୍ଚିତ ଯେ ଭାରତୀୟ କ୍ରିକେଟ୍ ଆଗକୁ ନେବା ପାଇଁ ଗୌତମ ଜଣେ ଆଦର୍ଶ ବ୍ୟକ୍ତି। ଟିମ ଇଣ୍ଡିଆ ପାଇଁ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ, ବଡ଼ ଅନୁଭବ ଯୋଗୁ ମୁଖ୍ୟ କୋଚ୍ ପାଇଁ ସେ ଯୋଗ୍ୟ ବ୍ୟକ୍ତି ବୋଲି ପ୍ରବଳ ଦାବି ଉଠୁଥିଲା। ତେବେ ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ।”
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗୌତମ ଗମ୍ଭୀର ସେ କହିଛନ୍ତି “ଭାରତ ମୋର ପରିଚୟ ଏବଂ ମୋ ପାଇଁ ଦେଶ ସେବା କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ମୁଁ ଭାରତୀୟ ଦଳକୁ ଫେରି ଆସିଥିବାରୁ ଗର୍ବିତ, କିନ୍ତୁ ଏଥର ମୋ ମୁଣ୍ଡରେ ହେଟ୍ ଅଲଗା ହେବ। ମୋର ଲକ୍ଷ୍ୟ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବା । ଭାରତୀୟ ଦଳ ୧୪୦ କୋଟି ଲୋକଙ୍କ ସ୍ୱପ୍ନର ଭାର ନିଜ କାନ୍ଧରେ ବହନ କରି ଚାଲେ। ଏବଂ ମୁଁ ସେହି ସ୍ୱପ୍ନକୁ ଭାରତୀୟ ଦଳ ସହିତ ପୂରଣ କରିବାକୁ ଚେଷ୍ଟା କରିବି।”
ଭାରତୀୟ କୋଚ ଦୌଡ଼ରେ ଗୌତମଙ୍କ ସହ ମହିଳା ଦଳର ପୂର୍ବତନ କୋଚ୍ ଡବ୍ଲୁ ବି ରମଣଙ୍କ ନାଁ ଆଗରେ ରହିଥିଲା। ହେଲେ ଶେଷରେ ଗୌତମଙ୍କର ବିଜୟ ହୋଇଛି। ଆସନ୍ତା ଶ୍ରୀଲଙ୍କା ଗସ୍ତ ବେଳେ ଗୌତମ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ନେବେ।
ଜଣେ ଖେଳାଳି ଭାବରେ, ଗମ୍ଭୀର ୨୦୦୭ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଦଳର ଅଂଶ ଥିଲେ। ଏହା ବ୍ୟତୀତ ସେ ୨୦୧୨ ଏବଂ ୨୦୧୪ରେ ତାଙ୍କ ଅଧିନାୟକତ୍ୱ କୋଲକାତା ନାଇଟ୍ ରାଇଡର୍ସଙ୍କୁ ଆଇପିଏଲ୍ ଚାମ୍ପିଅନ୍ କରିଥିଲେ।
ଜଣେ ଖେଳାଳି ଭାବରେ, ଗମ୍ଭୀର ୨୦୦୭ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ ଦଳର ଅଂଶ ଥିଲେ। ଏହା ବ୍ୟତୀତ ସେ ୨୦୧୨ ଏବଂ ୨୦୧୪ରେ ତାଙ୍କ ଅଧିନାୟକତ୍ୱ କୋଲକାତା ନାଇଟ୍ ରାଇଡର୍ସଙ୍କୁ ଆଇପିଏଲ୍ ଚାମ୍ପିଅନ୍ କରିଥିଲେ। କୋଚିଂରେ ତାଙ୍କ ଅଭିଜ୍ଞତା ଦେଖିଲେ ସେ ୨୦୨୪ ରେ କେକେଆରର ମେଣ୍ଟର ଦାୟିତ୍ୱରେ ଥିଲେ। ଏବଂ ଏଥର କେକେଆର୍ ବିଜୟର ଗମ୍ଭୀରଙ୍କ କଠୋର ନିଷ୍ପତ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା |