ସ୍କୁଲ ଆସୁନାହାନ୍ତି ଶିକ୍ଷକ: ପଡୁଛି ତାଲା

ଜୁନାଗଡ଼,୨୫ା୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଲଖନାପଡ଼ା ପ୍ରାଥମିକ ବିଦ୍ୟାଳୟକୁ ଅଧିକାଂଶ ସମୟରେ ଶିକ୍ଷକ ଆସୁ ନ ଥିବାରୁ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ସ୍କୁଲ ବନ୍ଦ ଯୋଗୁ ଗରିବ ଆଦିବାସୀ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ଗ୍ରାମର ମାନିଆ ମାଝି ଅଭିଯୋଗ ଆଣିଛନ୍ତି। ଏହି ସ୍କୁଲରେ ୨ଜଣ ଶିକ୍ଷକ ରହିଥିବା ବେଳେ ପ୍ରାୟ ୨୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସ୍କୁଲ ବନ୍ଦ ସମ୍ପର୍କରେ ପ୍ରଧାନ ଶିକ୍ଷକ କନ୍ଦର୍ପ ନାଏକଙ୍କୁ ପଚାରିବାରୁ […] The post ସ୍କୁଲ ଆସୁନାହାନ୍ତି ଶିକ୍ଷକ: ପଡୁଛି ତାଲା appeared first on Dharitri Odia News.

ସ୍କୁଲ ଆସୁନାହାନ୍ତି ଶିକ୍ଷକ: ପଡୁଛି ତାଲା

ଜୁନାଗଡ଼,୨୫ା୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଲଖନାପଡ଼ା ପ୍ରାଥମିକ ବିଦ୍ୟାଳୟକୁ ଅଧିକାଂଶ ସମୟରେ ଶିକ୍ଷକ ଆସୁ ନ ଥିବାରୁ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ସ୍କୁଲ ବନ୍ଦ ଯୋଗୁ ଗରିବ ଆଦିବାସୀ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ଗ୍ରାମର ମାନିଆ ମାଝି ଅଭିଯୋଗ ଆଣିଛନ୍ତି। ଏହି ସ୍କୁଲରେ ୨ଜଣ ଶିକ୍ଷକ ରହିଥିବା ବେଳେ ପ୍ରାୟ ୨୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସ୍କୁଲ ବନ୍ଦ ସମ୍ପର୍କରେ ପ୍ରଧାନ ଶିକ୍ଷକ କନ୍ଦର୍ପ ନାଏକଙ୍କୁ ପଚାରିବାରୁ ସେ ମେଡିକାଲ ଛୁଟିରେ ଅଛନ୍ତି। ସହକାରୀ ଶିକ୍ଷକଙ୍କୁ ସ୍କୁଲ ଖୋଲିବା ପାଇଁ ଦାୟିତ୍ୱ ଦେଇଥିଲେ ବୋଲି କହିଥିଲେ।

ଜୁନାଗଡ଼ ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ) ତପନ କୁମାର ମାଝିଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ଛୁଟିରେ ନ ଥିବା କହିଥିବା ବେଳେ ସ୍କୁଲ ବନ୍ଦ ରହିବା ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ। ପ୍ରଧାନ ଶିକ୍ଷକ ଓ ବିଇଓଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଘଟଣା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।

The post ସ୍କୁଲ ଆସୁନାହାନ୍ତି ଶିକ୍ଷକ: ପଡୁଛି ତାଲା appeared first on Dharitri Odia News.