ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା
ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିବାକୁ ପଡିଥିଲା। ୟୁଏଇରେ ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୟୁଏଇ ଭିତ୍ତିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଶୁକ୍ରବାର ମଧ୍ୟ ସେଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଘୋଷଣା କରାଯାଇଥିଲା […] The post ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା appeared first on Dharitri Odia News.
ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିବାକୁ ପଡିଥିଲା।
ୟୁଏଇରେ ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୟୁଏଇ ଭିତ୍ତିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଶୁକ୍ରବାର ମଧ୍ୟ ସେଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବୁଧବାର ଘୋଷଣା କରାଯାଇଥିଲା ଯେ, ପାଣିପାଗରେ ପରବର୍ତ୍ତନ ଯୋଗୁଁ ଦେଶର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ଅନ୍ଲାଇନ କ୍ଲାସ କରିବେ। ଇତିମଧ୍ୟରେ ଅଧିକାଂଶ କମ୍ପାନୀର କର୍ମଚାରୀମାନେ ଘରୁ କାମ କରୁଛନ୍ତି। ପାର୍କ ଏବଂ ବେଳାଭୂମି ବନ୍ଦ ରହିଛି।
ସୂଚନାଯୋଗ୍ୟ, ୧୪-୧୫ ଏପ୍ରିଲରେ ପ୍ରବଳ ବର୍ଷା ହେତୁ ଆରବ ଦ୍ୱୀପପୁଞ୍ଜର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିଲା। ତେବେ ଦୁବାଇରେ ୧୯୪୯ ପରଠାରୁ ଏହା ସର୍ବାଧିକ ବର୍ଷା ହୋଇଥିଲା ବୋଳଇ କୁହାଯାଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସରେ ଖରାପ ପାଗ ଯୋଗୁଁ ଦୁବାଇର ଏମିରେଟ୍ସ ଏୟାରଲାଇନ୍ସ ଗୁରୁବାର ଅନେକ ବିମାନ ବାତିଲ ଘୋଷଣା କରିଛି।
ଖଲିଜ ଟାଇମ୍ସ ଖବରକାଗଜ ଅନୁଯାୟୀ ଗୁରୁବାର ଆବୁଧାବିର କିଛି ଅଞ୍ଚଳରେ ରାସ୍ତାରେ ପାଣି ଜମା ହୋଇଥିବା ବେଳେ ଜେବଲ ଅଲି, ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର, ଦୁବାଇ ଇଣ୍ଡଷ୍ଟ୍ରିଆଲ ସିଟି, ଦୁବାଇ ଇନଭେଷ୍ଟମେଣ୍ଟ ପାର୍କ ଏବଂ ଜୁମିରା ଭିଲେଜ ଟ୍ରଙ୍ଗଲରେ ଉପରେ ପ୍ରବଳ ପବନ ବହିଥିବାର ସୂଚନା ମିଳିଛି।
The post ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା appeared first on Dharitri Odia News.