ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ପାଲାକାଲା କାର୍ତ୍ତିକ ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତା ଏପ୍ରିଲ ୩୦ରୁ ମେ ୫ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ଏହା ପୂର୍ବରୁ କାର୍ତ୍ତିକ ନଭେମ୍ବର ୨୬ ଓ ୨୭ ଭୁବନେଶ୍ବରଠାରେ ହୋଇଥିବା ରାଜ୍ୟସ୍ତରୀୟ ସ୍କେଟିଂ ଚାମ୍ପିୟନଶିପରେ […] The post ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ appeared first on Dharitri Odia News.

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ପାଲାକାଲା କାର୍ତ୍ତିକ ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତା ଏପ୍ରିଲ ୩୦ରୁ ମେ ୫ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ଏହା ପୂର୍ବରୁ କାର୍ତ୍ତିକ ନଭେମ୍ବର ୨୬ ଓ ୨୭ ଭୁବନେଶ୍ବରଠାରେ ହୋଇଥିବା ରାଜ୍ୟସ୍ତରୀୟ ସ୍କେଟିଂ ଚାମ୍ପିୟନଶିପରେ ଏସ୍‌ଜିଏଫ୍‌ଆଇର ଯୋଗ୍ୟତା ପର୍ଯ୍ୟାୟରେ ଦୌଡ ଶେଷ କରି ରୌପ୍ୟ ପଦକ ହାସଲ କରିଥିଲେ। ଏଥିପାଇଁ ସେ ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏସ୍‌ଜିଏଫ୍‌ଆଇ ଇଭେଣ୍ଟ ପାଇଁ କାର୍ତ୍ତିକ ଚୟନ ହେବା ତାଙ୍କ କଠିନ ପରିଶ୍ରମ ଏବଂ କ୍ରୀଡ଼ା ପ୍ରତି ସମର୍ପଣ ମନୋଭାବର ପରିଚୟ ଦିଏ। ଗଜପତି ସ୍କେଟିଂ ଏକାଡେମୀରେ ପ୍ରଶିକ୍ଷକ ସୁକାନ୍ତ ଦଳବେହେରା ଓ ଜିଲା ଶାରୀରିକ ଶିକ୍ଷା କ୍ରୀଡ଼ା ଅଧିକାରୀ ସୁରେନ୍ଦ୍ର ପାତ୍ରଙ୍କ ମାର୍ଗଦର୍ଶନରେ କାର୍ତ୍ତିକ ତାଲିମ ନେଉଛନ୍ତି। କାର୍ତ୍ତିକଙ୍କ ସଫଳତା ଗଜପତି ସ୍କେଟିଂ ଏକାଡେମୀ ଓ ଜିଲା ପ୍ରଶାସନ ଯୁବ ପ୍ରତିଭାଙ୍କୁ ଏହି କ୍ରୀଡ଼ାପାଇଁ ଯେ ପ୍ରୋତ୍ସାହିତ କରୁଛି ତାହା ସ୍ପଷ୍ଟ ହୋଇଛି।

The post ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ appeared first on Dharitri Odia News.