ସ୍କୁଲ ବସ୍ ଉପରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳି ମାଡ଼, ଆତତାୟୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଳୀ ୨୫।୧୦: ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି । ପିଲାମାନଙ୍କ ଅବିଭାବକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଅଭିଯୁକ୍ତ ଜଣକ ବାଇକକୁ ବସ ସମ୍ମୁଖରେ ରଖି ପିସ୍ତଲରୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ଘଟଣା ପରେ ସ୍କୁଲ ପିଲାମାନେ ଚିତ୍କାର କରିଥିଲେ। କିନ୍ତୁ, ବସ୍ ଡ୍ରାଇଭର ଜ୍ଞାନ ଦେଖାଇ ବସ୍ କୁ ସିଧା ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ । ଏହା ଜଣେ ବିଜେପି ନେତାଙ୍କ ସ୍କୁଲ ବସ୍ ବୋଲି କୁହାଯାଉଛି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।ସୂଚନା ମୁତାବକ, ଅମରୋହାରେ ସ୍କୁଲ ବସ ପିଲାମାନଙ୍କୁ ଧରି ବିଦ୍ୟାଳୟ ଯାଉଥିଲା । ଏହି ସମୟରେ ନଗଲା ଠାକୁରଦ୍ୱାରା ରୋଡରେ ବାଇକରେ ୩ ଆରୋହୀ ରାସ୍ତା ମଝିରେ ବସକୁ ଅଟକାଇଦେଇଥିଲେ । ଅଭିଯୁକ୍ତମାନେ ବସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଛନ୍ତି । ସେମାନେ ଡ୍ରାଇଭରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ବୋଲି କୁହାଯାଉଛି । ଏଥିସହ ସେମାନେ ଇଟା ଏବଂ ପଥର ମାଡ କରିଛନ୍ତି । ହେଲେ ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନାହାନ୍ତି ଏବଂ ଶିଶୁଙ୍କ ସହ ଡ୍ରାଇଭର ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।  ଏହି ମାମଲାର ତଦନ୍ତରେ ପୋଲିସ ନିୟୋଜିତ ଥିଲାଘଟଣାର ଖବର ପାଇବା ମାତ୍ରେ ପୋଲିସ ମଧ୍ୟ ପହଞ୍ଚିଥିଲା, ପରେ

ସ୍କୁଲ ବସ୍ ଉପରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳି ମାଡ଼, ଆତତାୟୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଳୀ ୨୫।୧୦: ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି । ପିଲାମାନଙ୍କ ଅବିଭାବକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଅଭିଯୁକ୍ତ ଜଣକ ବାଇକକୁ ବସ ସମ୍ମୁଖରେ ରଖି ପିସ୍ତଲରୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ଘଟଣା ପରେ ସ୍କୁଲ ପିଲାମାନେ ଚିତ୍କାର କରିଥିଲେ। କିନ୍ତୁ, ବସ୍ ଡ୍ରାଇଭର ଜ୍ଞାନ ଦେଖାଇ ବସ୍ କୁ ସିଧା ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ । ଏହା ଜଣେ ବିଜେପି ନେତାଙ୍କ ସ୍କୁଲ ବସ୍ ବୋଲି କୁହାଯାଉଛି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ମୁତାବକ, ଅମରୋହାରେ ସ୍କୁଲ ବସ ପିଲାମାନଙ୍କୁ ଧରି ବିଦ୍ୟାଳୟ ଯାଉଥିଲା । ଏହି ସମୟରେ ନଗଲା ଠାକୁରଦ୍ୱାରା ରୋଡରେ ବାଇକରେ ୩ ଆରୋହୀ ରାସ୍ତା ମଝିରେ ବସକୁ ଅଟକାଇଦେଇଥିଲେ । ଅଭିଯୁକ୍ତମାନେ ବସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଛନ୍ତି । ସେମାନେ ଡ୍ରାଇଭରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ବୋଲି କୁହାଯାଉଛି । ଏଥିସହ ସେମାନେ ଇଟା ଏବଂ ପଥର ମାଡ କରିଛନ୍ତି । ହେଲେ ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନାହାନ୍ତି ଏବଂ ଶିଶୁଙ୍କ ସହ ଡ୍ରାଇଭର ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।  

ଏହି ମାମଲାର ତଦନ୍ତରେ ପୋଲିସ ନିୟୋଜିତ ଥିଲା

ଘଟଣାର ଖବର ପାଇବା ମାତ୍ରେ ପୋଲିସ ମଧ୍ୟ ପହଞ୍ଚିଥିଲା, ପରେ ନିକଟସ୍ଥ ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଘଟଣା ସମୟରେ ବସ୍‌ରେ ଯାତ୍ରା କରୁଥିବା ଛାତ୍ରମାନେ ଏହି ଘଟଣାରେ ଭୟଭୀତ ହୋଇପଡିଥିଲେ। ସମସ୍ତ ପିଲାଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ପୋଲିସ ଅଭିଯୋଗ ପଞ୍ଜିକରଣ କରିଛି। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି। ଆକ୍ରମଣକାରୀଙ୍କ ସନ୍ଧାନରେ ସମ୍ଭାବ୍ୟ ସ୍ଥାନରେ ଚଢାଉ କରାଯାଉଛି।