ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ୨ ଶିକ୍ଷକ
ଜଳେଶ୍ୱର,୨୧ା୭(ନବୀନ ସାହୁ): ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଚମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଗିରଫ କରିଛି ରାଇବଣିଆ ପୋଲିସ। ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ କରିବା, ତାଙ୍କ ପ୍ରାଇଭେଟ ରୁମ୍କୁ ଡାକିବା ଓ ବିଭିନ୍ନ ଧମକ ଚମକ ଦେଉଥିଲେ। ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ […] The post ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ୨ ଶିକ୍ଷକ appeared first on Dharitri Odia News.
ଜଳେଶ୍ୱର,୨୧ା୭(ନବୀନ ସାହୁ): ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଚମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଗିରଫ କରିଛି ରାଇବଣିଆ ପୋଲିସ। ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ କରିବା, ତାଙ୍କ ପ୍ରାଇଭେଟ ରୁମ୍କୁ ଡାକିବା ଓ ବିଭିନ୍ନ ଧମକ ଚମକ ଦେଉଥିଲେ। ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ମୂଳେ ରାଇବଣିଆ ପୋଲିସ ଗତ କାଲି ବିଳମ୍ବିତ ରାତିରେ ଗିରଫ କରିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ, ଚମାର ଗାଁସ୍ଥିତ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ୍ ଏକ ନବମ ଶ୍ରେଣୀ ଛାତ୍ରୀକୁ କ୍ଲାସ୍ରେ ପାଠ ପାଇବା ସମୟରେ ଛାତ୍ରୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ହାତ ମାରିବା ଓ ଅଶାଳୀନ ଇଙ୍ଗିତ କରିବା ସହିତ ନିଜର ବ୍ୟକ୍ତିଗତ କୋଠରିକୁ ଡାକିଥିଲେ। ଏନେଇ ଛାତ୍ରୀ ଜଣକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଗତ ଦୁଇ ଦିନ ତଳେ ଛାତ୍ରୀ ଜଣକ ନିଜ ମା’କୁ ଏ ସମ୍ପର୍କରେ ଜଣାଇ ଥିଲେ। ଗତ ରବିବାର ସନ୍ଧ୍ୟାରେ ଛାତ୍ରୀଙ୍କ ମା’ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୂଳେ ରାଇବଣିଆ ପୋଲିସ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ଗିରଫ କରିଛନ୍ତି।
The post ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ୨ ଶିକ୍ଷକ appeared first on Dharitri Odia News.