ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ

ନନ୍ଦାହାଣ୍ଡି,୨୯।୬ (ପ୍ରତୀପ କୁମାର ଦାଶ): ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ସୁଷମ ଖାଦ୍ୟ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାର ସୁପରିଚାଳନା ପାଇଁ ବିଦ୍ୟାଳୟଗୁଡିକରେ କେତେକ ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଚାଉଳ, ଡାଲି ଓ ଅଣ୍ଡା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ କେବଳ ଚାଉଳ ଯୋଗାଉଛନ୍ତି ସରକାର। ଅନ୍ୟ ଆବଶ୍ୟକୀୟ […] The post ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ appeared first on Dharitri Odia News.

ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ

ନନ୍ଦାହାଣ୍ଡି,୨୯।୬ (ପ୍ରତୀପ କୁମାର ଦାଶ): ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ସୁଷମ ଖାଦ୍ୟ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାର ସୁପରିଚାଳନା ପାଇଁ ବିଦ୍ୟାଳୟଗୁଡିକରେ କେତେକ ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଚାଉଳ, ଡାଲି ଓ ଅଣ୍ଡା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ କେବଳ ଚାଉଳ ଯୋଗାଉଛନ୍ତି ସରକାର। ଅନ୍ୟ ଆବଶ୍ୟକୀୟ ଜିନିଷ ଏସ୍‌ଏଚ୍‌ଜି ମହିଳା କିଣି ବିଦ୍ୟାଳୟ ପରିସର ଭିତରେ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଉଛନ୍ତି। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ଦୈନିକ ଆବଶ୍ୟକ ରାଶନ ସାମଗ୍ରୀ ବାହାରୁ କିଣି ଅଣାଯାଉଥିବା ବେଳେ ପୋକରା ଚାଉଳ ରୋଷେଇକରି ସ୍କୁଲ ପିଲାଙ୍କୁ ଦିଆଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କେବଳ ଦୈନିକ ଉପସ୍ଥିତ ଥିବା ଛାତ୍ରୀଛାତ୍ର ସଂଖ୍ୟା ଜଣାଉଥିବା ବେଳେ ରୋଷେଇ ସମ୍ବନ୍ଧିତ ଦାୟିତ୍ୱ ଏସ୍‌ଏଚ୍‌ଜିଙ୍କର ବୋଲି କହିଛନ୍ତି। ଅନ୍ୟପଟେ ଉକ୍ତ ସ୍କୁଲର ରୋଷେଇ ଦାୟିତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ପଚାରିଲେ ସେମାନଙ୍କୁ ଯେଉଁ ଚାଉଳ ଯୋଗାଇ ଦିଆଯାଉଛି ତାହା ସେମାନେ ରୋଷେଇକରି ଦେଉଛନ୍ତି ବୋଲି କହିଛନ୍ତି।
ନନ୍ଦାହାଣ୍ଡି ବ୍ଲକ୍‌ରେ ସ୍ଥାୟୀ ବିଇଓ ନାହାନ୍ତି। ଏବିଇଓ କିମ୍ବା ବିଆର୍‌ସିସି ସ୍କୁଲ ପରିଦର୍ଶନରେ ଯାଇ ଶିକ୍ଷାଦାନ ଏବଂ ମଧ୍ୟାହ୍ନଭୋଜନ ସୁପରିଚାଳନା ବିଷୟରେ ବୁଝି କୌଣସି ତ୍ରୁଟିଥିଲେ ରିପୋର୍ଟ ପ୍ରଦାନ କରିବା ନିୟମ ରହିଛି। ଜୁନ୍‌ ୬ରେ ସ୍କୁଲରେ ଚାଉଳ ଯୋଗାଣ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ଏହା ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିଲେ ସୁଦ୍ଧା ସେହି ସ୍କୁଲ ପରିଦର୍ଶନ ଦାୟିତ୍ୱରେ ଥିବା ଏବିଇଓ ପୋକରା ଚାଉଳ ବିଷୟରେ କୌଣସି ତଥ୍ୟ କ’ଣ ପାଇଁ ପ୍ରଦାନ କରିନାହାନ୍ତି ତାହାର ତଦନ୍ତ କରିବାକୁ ଦାବି ହୋଇଛି। ଏ ନେଇ ଡିଇଓ ଛତ୍ରପତି ସାହୁଙ୍କୁ ପଚାରିବାରୁ ଏହାର ତଦନ୍ତ କରି ସତ୍ୟତା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଏହି ବିଷୟରେ ପଚାରିବାରୁ ଚାଉଳ ଯୋଗାଇଥିବା ବ୍ୟକ୍ତି ଓ ଯୋଗାଣ ବିଭାଗ ଅଧିକାରୀ ଏଥିପାଇଁ ଦାୟୀ ରହିବେ। ଗୋଟିଏ ସ୍କ୍ବାଡ୍‌ ଏହାର ଯାଞ୍ଚ କରିବା ପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

The post ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ appeared first on Dharitri Odia News.