ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ
ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ପୋଲିସ ସଜାଗ ହୋଇଯାଇଛି। ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିଲା। ହେଲେ ପୋଲିସ ଯାଞ୍ଚ ପରେ ଉକ୍ତ ସ୍କୁଲରୁ ସେମିତି କିଛି ମିଳି ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁରୁବାର ଉକ୍ତ ସ୍କୁଲକୁ ବୋମରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ସ୍କୁଲକୁ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ମଧ୍ୟରାତ୍ରୀରେ ସ୍କୁଲକୁ […] The post ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ପୋଲିସ ସଜାଗ ହୋଇଯାଇଛି। ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିଲା। ହେଲେ ପୋଲିସ ଯାଞ୍ଚ ପରେ ଉକ୍ତ ସ୍କୁଲରୁ ସେମିତି କିଛି ମିଳି ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗୁରୁବାର ଉକ୍ତ ସ୍କୁଲକୁ ବୋମରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ସ୍କୁଲକୁ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ମଧ୍ୟରାତ୍ରୀରେ ସ୍କୁଲକୁ ଏପରି ଏକ ମେଲ କରାଯାଇଥିଲା। ପୋଲିସ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ସେଠାରେ ପହଞ୍ଚିବା ପରେ ଯାଞ୍ଚ କରିଥିଲେ ହେଲେ ସେମିତି କୌଣସି ସନ୍ଦିଗ୍ଧ ବସ୍ତୁ ସେଠାରୁ ମିଳି ନ ଥିଲା।
ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ ଦିଲ୍ଲୀର ପ୍ରାୟ ୧୫୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହି ଇମେଲ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରୁ ମିଳିଥିଲା।
The post ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ appeared first on Dharitri Odia News.