ସ୍କୁଲରେ ତାଲା: ରାଜରାସ୍ତାରେ ପାଠପଢିଲେ ଛାତ୍ରୀଛାତ୍ର

ଲୋଇସିଂହା,୧୮।୯(ସୁଶାନ୍ତ ବାରିକ): ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କୁମୁଣ୍ଡେ ଗ୍ରାମର ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ସାଙ୍ଗକୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ଏନେଇ ଗ୍ରାମବାସୀ ବ୍ଲକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଜି ଗ୍ରାମବାସୀଙ୍କ ତରଫରୁ ଅଭିନବ ପ୍ରତିବାଦ କରାଯାଇଛି। ପ୍ରତିବାଦସ୍ବରୂପ, ସ୍କୁଲ ଗେଟରେ ତାଲା ପକାଇବା ସହ କୁମୁଣ୍ଡେ ବିଲାଇସର୍ଡା ରାସ୍ତାରେ ବସି ଛାତ୍ରୀଛାତ୍ରଙ୍କୁ ପାଠପଢାଉଛନ୍ତି ଗ୍ରାମବାସୀ। ସ୍କୁଲ ଫାଟରେ ତାଲା ପକାଯାଇ ଥିବାରୁ […] The post ସ୍କୁଲରେ ତାଲା: ରାଜରାସ୍ତାରେ ପାଠପଢିଲେ ଛାତ୍ରୀଛାତ୍ର appeared first on Dharitri Odia News.

ସ୍କୁଲରେ ତାଲା: ରାଜରାସ୍ତାରେ ପାଠପଢିଲେ ଛାତ୍ରୀଛାତ୍ର

ଲୋଇସିଂହା,୧୮।୯(ସୁଶାନ୍ତ ବାରିକ): ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କୁମୁଣ୍ଡେ ଗ୍ରାମର ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ସାଙ୍ଗକୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ଏନେଇ ଗ୍ରାମବାସୀ ବ୍ଲକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଜି ଗ୍ରାମବାସୀଙ୍କ ତରଫରୁ ଅଭିନବ ପ୍ରତିବାଦ କରାଯାଇଛି। ପ୍ରତିବାଦସ୍ବରୂପ, ସ୍କୁଲ ଗେଟରେ ତାଲା ପକାଇବା ସହ କୁମୁଣ୍ଡେ ବିଲାଇସର୍ଡା ରାସ୍ତାରେ ବସି ଛାତ୍ରୀଛାତ୍ରଙ୍କୁ ପାଠପଢାଉଛନ୍ତି ଗ୍ରାମବାସୀ। ସ୍କୁଲ ଫାଟରେ ତାଲା ପକାଯାଇ ଥିବାରୁ ବାହାରେ ରହିଛନ୍ତି ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅରୁଣାକାନ୍ତୀ ନାଗ ଘଟଣା ସଂକ୍ରାନ୍ତରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ଇତି ମଧ୍ୟରେ ଅଢେଇ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ସ୍କୁଲରେ ପହଞ୍ଚିନାହାନ୍ତି ଶିକ୍ଷା ବିଭାଗ ଅଧିକାରୀ। ଖବର ପାଇ ଏବିଓ ସତ୍ୟନାରାୟଣ ମହାପାତ୍ର ବିକ୍ଷୋଭସ୍ଥଳକୁ ଆସିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

The post ସ୍କୁଲରେ ତାଲା: ରାଜରାସ୍ତାରେ ପାଠପଢିଲେ ଛାତ୍ରୀଛାତ୍ର appeared first on Dharitri Odia News.