‘ସ୍କ୍ୱାଡ’ରେ ସାମିଲ ହେବା ଲାଗି ଭାରତକୁ ମିଳିଲା ଆମନ୍ତ୍ରଣ, ଜାଣନ୍ତୁ କେଉଁ ସବୁ ଦେଶ ଅଛନ୍ତି ସାମିଲ

ନୂଆଦିଲ୍ଲୀ ୨୦।୩: ଇଣ୍ଡୋ-ପେସିଫିକ୍ କ୍ଷେତ୍ରରେ ଚୀନର ବଢୁଥିବା ଆକ୍ରମକତାର ମୁକାବିଲା ନିମନ୍ତେ ଫିଲପାଇନ୍ସ ଗଢିଉଠୁଥିବା ପ୍ରତିରକ୍ଷା ମେଣ୍ଟ ‘ସ୍କ୍ୱାଡ’ ରେ ସାମିଲ ହେବା ଲାଗି ଭାରତକୁ ନିମନ୍ତ୍ରଣ କରିଛି। ବର୍ତ୍ତମାନ ଏହି ମେଣ୍ଟରେ ଆମେରିକା, ଅଷ୍ଟ୍ରେଲିୟା, ଜାପାନ ଓ ଫିଲପାଇନ୍ସ ଅଛନ୍ତି। ଏଥିରେ ଯଦି ଭାରତ ଯୋଗ ଦିଏ ତେବେ ମେଣ୍ଟରେ ପଞ୍ଚମ ରାଷ୍ଟ୍ର ହେବ। ଭାରତକୁ ମେଣ୍ଟରେ ଯୋଗ ଦେବା ଲାଗି ପ୍ରସ୍ତାବ ସେହି ସମୟରେ ମିଳିଛି, ଯେତେବେଳେ ଦକ୍ଷିଣ-ଚୀନ ସାଗରରେ ଫିଲପାଇନ୍ସ ଓ ଚୀନ ମଧ୍ୟରେ ଉତ୍ତେଜନା ଚରମକୁ ପହଞ୍ଚିଛି। ଫିଲପାଇନ୍ସ ସଶସ୍ତ୍ର ବଳ ମୁଖ୍ୟ ଜେନେରାଲ ରୋମିଓ ଏସ୍. ବ୍ରାଉନର ନୂଆଦିଲ୍ଲୀରେ ଅନୁଷ୍ଠିତ ରାୟସୀନା ଡାୟଲଗ କାଳରେ ଏହି ପ୍ରସ୍ତାବ ଦେଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ବ୍ରାଉନର କହିଛନ୍ତି ଯେ ଆମେ ଜାପାନ ଓ ଆମ ସହଯୋଗୀଙ୍କ ସହ ମିଶି ‘ସ୍କ୍ୱାଡ’ର ସମ୍ପ୍ରସାରଣ କରିବାକୁ ଚାହୁଁଛୁ। ଯେଉଁଥିରେ ଭାରତ ଓ ସମ୍ଭବତଃ ଦକ୍ଷିଣ କୋରିଆକୁ ସାମିଲ କରାଯାଇ ପାରେ। ବ୍ରାଉନର ଭାରତ ସହିତ ପାରସ୍ପରିକ ହୀତର ଉଲ୍ଲେଖ କରି କହିଛନ୍ତି ଯେ ଦୁଇ ଦେଶଙ୍କ ଶତ୍ରୁ ଏକ। ତାଙ୍କ କହିବାର ଉଦ୍ଦେଶ୍ୟ ଚୀନ ରହିଛି। ସ୍କ୍ୱାଡ ଏକ ଅନୌପଚାରିକ ସୈନ୍ୟ ମେଣ୍ଟ, ଯେଉଁଥିରେ ୪ ସହଯୋଗୀ ଦେଶ ପରସ୍ପର ସୈନ୍ୟ ସହଯୋଗ ସମେତ ଗୁଇନ୍ଦା ସୂଚନା ଆଦାନପ୍ରଦାନ କରୁଛନ୍ତି। ଗତବର୍ଷଠାରୁ ଏହି ମେଣ୍ଟ ଦେଶଙ୍କ ପ୍ରତିରକ୍ଷା ବଳ ଦକ୍

‘ସ୍କ୍ୱାଡ’ରେ ସାମିଲ ହେବା ଲାଗି ଭାରତକୁ ମିଳିଲା ଆମନ୍ତ୍ରଣ, ଜାଣନ୍ତୁ କେଉଁ ସବୁ ଦେଶ ଅଛନ୍ତି ସାମିଲ

ନୂଆଦିଲ୍ଲୀ ୨୦।୩: ଇଣ୍ଡୋ-ପେସିଫିକ୍ କ୍ଷେତ୍ରରେ ଚୀନର ବଢୁଥିବା ଆକ୍ରମକତାର ମୁକାବିଲା ନିମନ୍ତେ ଫିଲପାଇନ୍ସ ଗଢିଉଠୁଥିବା ପ୍ରତିରକ୍ଷା ମେଣ୍ଟ ‘ସ୍କ୍ୱାଡ’ ରେ ସାମିଲ ହେବା ଲାଗି ଭାରତକୁ ନିମନ୍ତ୍ରଣ କରିଛି। ବର୍ତ୍ତମାନ ଏହି ମେଣ୍ଟରେ ଆମେରିକା, ଅଷ୍ଟ୍ରେଲିୟା, ଜାପାନ ଓ ଫିଲପାଇନ୍ସ ଅଛନ୍ତି। ଏଥିରେ ଯଦି ଭାରତ ଯୋଗ ଦିଏ ତେବେ ମେଣ୍ଟରେ ପଞ୍ଚମ ରାଷ୍ଟ୍ର ହେବ। ଭାରତକୁ ମେଣ୍ଟରେ ଯୋଗ ଦେବା ଲାଗି ପ୍ରସ୍ତାବ ସେହି ସମୟରେ ମିଳିଛି, ଯେତେବେଳେ ଦକ୍ଷିଣ-ଚୀନ ସାଗରରେ ଫିଲପାଇନ୍ସ ଓ ଚୀନ ମଧ୍ୟରେ ଉତ୍ତେଜନା ଚରମକୁ ପହଞ୍ଚିଛି। 

ଫିଲପାଇନ୍ସ ସଶସ୍ତ୍ର ବଳ ମୁଖ୍ୟ ଜେନେରାଲ ରୋମିଓ ଏସ୍. ବ୍ରାଉନର ନୂଆଦିଲ୍ଲୀରେ ଅନୁଷ୍ଠିତ ରାୟସୀନା ଡାୟଲଗ କାଳରେ ଏହି ପ୍ରସ୍ତାବ ଦେଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ବ୍ରାଉନର କହିଛନ୍ତି ଯେ ଆମେ ଜାପାନ ଓ ଆମ ସହଯୋଗୀଙ୍କ ସହ ମିଶି ‘ସ୍କ୍ୱାଡ’ର ସମ୍ପ୍ରସାରଣ କରିବାକୁ ଚାହୁଁଛୁ। ଯେଉଁଥିରେ ଭାରତ ଓ ସମ୍ଭବତଃ ଦକ୍ଷିଣ କୋରିଆକୁ ସାମିଲ କରାଯାଇ ପାରେ। ବ୍ରାଉନର ଭାରତ ସହିତ ପାରସ୍ପରିକ ହୀତର ଉଲ୍ଲେଖ କରି କହିଛନ୍ତି ଯେ ଦୁଇ ଦେଶଙ୍କ ଶତ୍ରୁ ଏକ। ତାଙ୍କ କହିବାର ଉଦ୍ଦେଶ୍ୟ ଚୀନ ରହିଛି। 

ସ୍କ୍ୱାଡ ଏକ ଅନୌପଚାରିକ ସୈନ୍ୟ ମେଣ୍ଟ, ଯେଉଁଥିରେ ୪ ସହଯୋଗୀ ଦେଶ ପରସ୍ପର ସୈନ୍ୟ ସହଯୋଗ ସମେତ ଗୁଇନ୍ଦା ସୂଚନା ଆଦାନପ୍ରଦାନ କରୁଛନ୍ତି। ଗତବର୍ଷଠାରୁ ଏହି ମେଣ୍ଟ ଦେଶଙ୍କ ପ୍ରତିରକ୍ଷା ବଳ ଦକ୍ଷିଣ ଚୀନ ସାଗରରେ ମିଳିତ ସାମୁଦ୍ରିକ ଗତିବିଦ୍ଧି ଆରମ୍ଭ କରିଛନ୍ତି। ଜେନେରାଲ ବ୍ରାଉନର କହିଛନ୍ତି ଯେ ଖୁବ୍ ଶୀଘ୍ର ତାଙ୍କର ଭେଟ ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହାନଙ୍କ ସହିତ ହେବ। ଏହି ସମୟରେ ସେ ସ୍କ୍ୱାଡରେ ସାମିଲ ହେବା ଲାଗି ସେ ଭାରତକୁ ଔପଚାରିକ ନିମନ୍ତ୍ରଣ କରିବେ। 

ଫିଲପାଇନ୍ସର ଅନୁରୋଧ ପରେ ଭାରତ ସ୍କ୍ୱାଡରେ ସାମିଲ ହୋଇ ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା ସହିତ ମିଶି ଦକ୍ଷିଣ ଚୀନ ସାଗରରେ ବଢୁଥିବା ଚୀନର ପ୍ରଭାବ ରୋକିବା ଦିଗରେ ପଦକ୍ଷେପ ନେଉଛି କି ନା ତାହା ଦେଖିବାକୁ ବାକି ରହିଲା। ହେଲେ ଭାରତ ଏବେ ହୀନ୍ଦ ମହାସାଗରରେ ନିଜର ରଣନୈତିକ ଉପସ୍ଥିତିକୁ ମଜଭୁତ କରିବାରେ ଲାଗିଛି ଓ ଚୀନର ଗତିବିଦ୍ଧି ଉପରେ ତୀକ୍ଷ୍ଣ ନଜର ରଖିଛି।