ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର

ସିଡନୀ,୭।୧: ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଇଥିଲା। ଏହା ଥିଲା ଡେଭିଡ ୱାର୍ନରଙ୍କ ଶେଷ ସିରିଜ। ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ରେ ପରାସ୍ତ କରି ଡେଭିଡ ୱାର୍ନରଙ୍କୁ ସ୍ମରଣୀୟ ବିଦାୟ ଦେଇଥିଲା। କିନ୍ତୁ କ୍ରିକେଟକୁ ବିଦାୟ ଦେବା ପରେ ଡେଭିଡ ୱାର୍ନର ବର୍ତ୍ତମାନ କଣ କରିବେ? ଡେଭିଡ ୱାର୍ନରଙ୍କ ଭବିଷ୍ୟତ ରଣନୀତି କ’ଣ ହେବ? ତେବେ ଡେଭିଡ ୱାର୍ନର […] The post ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର appeared first on Dharitri Odia News.

ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର

ସିଡନୀ,୭।୧: ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଇଥିଲା। ଏହା ଥିଲା ଡେଭିଡ ୱାର୍ନରଙ୍କ ଶେଷ ସିରିଜ। ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ରେ ପରାସ୍ତ କରି ଡେଭିଡ ୱାର୍ନରଙ୍କୁ ସ୍ମରଣୀୟ ବିଦାୟ ଦେଇଥିଲା। କିନ୍ତୁ କ୍ରିକେଟକୁ ବିଦାୟ ଦେବା ପରେ ଡେଭିଡ ୱାର୍ନର ବର୍ତ୍ତମାନ କଣ କରିବେ? ଡେଭିଡ ୱାର୍ନରଙ୍କ ଭବିଷ୍ୟତ ରଣନୀତି କ’ଣ ହେବ? ତେବେ ଡେଭିଡ ୱାର୍ନର ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ପାକିସ୍ତାନ ବିପକ୍ଷରେ ବିଦାୟୀ ଟେଷ୍ଟ ପରେ ଡେଭିଡ ୱାର୍ନର କହିଛନ୍ତି, ସେ ଭବିଷ୍ୟତରେ କୋଚିଂ କ୍ୟାରିୟର କରିବାକୁ ଚାହୁଁଛନ୍ତି। ସର୍ବପ୍ରଥମେ ମୁଁ ମୋ ସ୍ତ୍ରୀଙ୍କ ସହ କଥା ହେବି, ଯାହାଫଳରେ ମୁଁ ଆଉ କିଛି ଦିନ ଘରୁ ଦୂରରେ ରହିବାକୁ ଅନୁମତି ପାଇ ପାରିବି। କ୍ରିକେଟରୁ ଅବସର ନେବା ପରେ ଡେଭିଡ ୱାର୍ନର କୋଚିଂକୁ ଆଗାମୀ ଦିନରେ କ୍ୟାରିୟର ଭାବରେ ଦେଖୁଛନ୍ତି।
ଏହା ବ୍ୟତୀତ ଡେଭିଡ ୱାର୍ନର ସ୍ଲେଜିଂ ଉପରେ ନିଜର ମତ ରଖିଥିଲେ। ଡେଭିଡ ୱାର୍ନର ବିଶ୍ୱାସ କରନ୍ତି ଯେ ଆଜିର ସମୟରେ ସ୍ଲେଜିଂ ଅତୀତର ହୋଇସାରିଛି। ଆଇପିଏଲ ପରି ଟି-୨୦ ଫ୍ରାଞ୍ଚାଇଜ ଲିଗ ପାଇଁ ଡେଭିଡ ୱାର୍ନର ଏଥିପାଇଁ ଶ୍ରେୟ ଦେଇଛନ୍ତି। ଡେଭିଡ ୱାର୍ନର କହିଛନ୍ତି ଯେ, ଆଇପିଏଲ ପରି ଟି-୨୦ ଫ୍ରାଞ୍ଚାଇଜ ଲିଗର ଆଗମନ ପରେ, ଅନ୍ୟ ଦେଶର ଖେଳାଳିଙ୍କ ସହ ଖେଳିବା ଏବଂ ସମୟ ବିତାଇବା ହେତୁ ବର୍ତ୍ତମାନ ସ୍ଲେଡିଂ ହୁଏ ନାହିଁ।

The post ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର appeared first on Dharitri Odia News.