ସ୍ତ୍ରୀ କି ଗର୍ଲଫ୍ରେଣ୍ଡ ନୁହେଁ, କଣ୍ଢେଇ ସହିତ ରହିବାକୁ ପସନ୍ଦ କରନ୍ତି ଏହି ଲୋକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ…
ଜାପାନ ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ଜଣାଶୁଣା। ଯେଉଁ ଦେଶକୁ ବୁଲେଟ ଟ୍ରେନର ଜନକ କୁହାଯାଏ। ହେଲେ ପ୍ରାୟତଃ ପରିସ୍ଥିତି ଯେପରି ଦେଖାଯାଏ, ତାହା ସେପରି ହୋଇନଥାଏ। କଥାରେ ଅଛି ‘ଚମକୁଥିବା ସବୁକିଛି ସୁନା ନୁହେଁ’। କିନ୍ତୁ ଭାବନାତ୍ମକ ଭାବରେ ଜାପାନ ବହୁତ ସଂଘର୍ଷ କରୁଛି। ଜାପାନରେ ଅନେକ ଲୋକ ଏକାକୀତାର ଶିକାର ହୋଉଛନ୍ତି। ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଉଛି। ଏଠାରେ ଏପରି ଏକ ସ୍ଥାନ ଅଛି […] The post ସ୍ତ୍ରୀ କି ଗର୍ଲଫ୍ରେଣ୍ଡ ନୁହେଁ, କଣ୍ଢେଇ ସହିତ ରହିବାକୁ ପସନ୍ଦ କରନ୍ତି ଏହି ଲୋକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ… appeared first on Dharitri Odia News.
ଜାପାନ ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ଜଣାଶୁଣା। ଯେଉଁ ଦେଶକୁ ବୁଲେଟ ଟ୍ରେନର ଜନକ କୁହାଯାଏ। ହେଲେ ପ୍ରାୟତଃ ପରିସ୍ଥିତି ଯେପରି ଦେଖାଯାଏ, ତାହା ସେପରି ହୋଇନଥାଏ। କଥାରେ ଅଛି ‘ଚମକୁଥିବା ସବୁକିଛି ସୁନା ନୁହେଁ’। କିନ୍ତୁ ଭାବନାତ୍ମକ ଭାବରେ ଜାପାନ ବହୁତ ସଂଘର୍ଷ କରୁଛି। ଜାପାନରେ ଅନେକ ଲୋକ ଏକାକୀତାର ଶିକାର ହୋଉଛନ୍ତି। ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଉଛି। ଏଠାରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ନିଜ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ସହିତ ରୁହନ୍ତି ନାହିଁ ବରଂ କଣ୍ଢେଇ ସହିତ ରୁହନ୍ତି। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଜାପାନ ହୁଏତ ବିଶ୍ୱର ସବୁଠାରୁ ବିକଶିତ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରେ। କିନ୍ତୁ ଏହି ଦେଶରେ ଏକାକୀତା ସମସ୍ୟା ବୃଦ୍ଧି ପାଉଛି। ଜାପାନରେ ସାମାଜିକ ବିଚ୍ଛିନ୍ନତାର ସାମାଜିକ ସମସ୍ୟା ବହୁ ବର୍ଷ ଧରି ଦେଖାଯାଉଛି। ଏହାକୁ ହିକିକୋମୋରି କୁହାଯାଏ। ଏଥିରେ ଲୋକମାନେ ଅନ୍ୟମାନଙ୍କଠାରୁ ଏବଂ ସମାଜଠାରୁ ପୃଥକ ଭାବରେ ରୁହନ୍ତି।
ଏକାକୀତା ଏତେ ଅଧିକ ଯେ ଲୋକଙ୍କ ପାଖରେ କଥା ହେବା ପାଇଁ ଲୋକ ନାହାନ୍ତି ଏବଂ ଏହି କାରଣରୁ ଜାପାନର ଲୋକମାନେ କଣ୍ଢେଇ ସହିତ ସମୟ କାଟୁଛନ୍ତି। କଣ୍ଢେଇ ସହିତ ବୁଲିବାକୁ ଯାଉଛନ୍ତି। ପାର୍କରେ ବସି ଆଇସକ୍ରିମ ଖାଉଛନ୍ତି। ଜାପାନରେ ଅନେକ ଲୋକ ଜୀବନସାରା ଅବିବାହିତ ରହି ସାରା ଜୀବନ କଣ୍ଢେଇ ସହିତ ବିତାଇ ଦିଅନ୍ତି।
ଜାପାନରେ ଏକ ନଗୋରୋ ଗାଁ ଅଛି। ଯେଉଁଠାରେ ଲୋକଙ୍କ ସଂଖ୍ୟା ୩୦୦ ରୁ ହ୍ରାସ ପାଇ ମାତ୍ର ୨୭ରେ ପହଞ୍ଚିଲାଣି। ଆଉ ଏବେ ପରିସ୍ଥିତି ଏପରି ଯେ ଏହି ଗାଁରେ ଲୋକ କମ୍ ଏବଂ କଣ୍ଢେଇ ଅଧିକ। ଏହି ଗାଁରେ ପ୍ରାୟ ୩୦୦ କଣ୍ଢେଇ ଅଛି। ଏହା ବ୍ୟତୀତ ଆଉ ଗୋଟିଏ ସ୍ଥାନ ଅଛି। ଯାହାର ନାମ ‘ଦି ହେମଲେଟ ଅଫ ଇଚିନାନୋ କ୍ୟୋଟୋ ନିକଟରେ ଅବସ୍ଥିତ ଏହି ଗାଁର ଲୋକଙ୍କ ସଂଖ୍ୟା ଏବେ ମାତ୍ର ୬୦କୁ ହ୍ରାସ ପାଇଛି। ଏଠାରେ ରହୁଥିବା ଲୋକମାନେ ଏକାକୀତା ଦୂର କରିବା ପାଇଁ କପା ଭର୍ତ୍ତି କଣ୍ଢେଇ ସହିତ ରୁହନ୍ତି।
The post ସ୍ତ୍ରୀ କି ଗର୍ଲଫ୍ରେଣ୍ଡ ନୁହେଁ, କଣ୍ଢେଇ ସହିତ ରହିବାକୁ ପସନ୍ଦ କରନ୍ତି ଏହି ଲୋକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ… appeared first on Dharitri Odia News.