ସ୍ତ୍ରୀ ଦେଉଥିଲେ ନିର୍ଯାତନା, ଝୁଲିପଡ଼ିଲେ ସ୍ୱାମୀ; ଭାଇରାଲ ହେଉଛି ମୃତ୍ୟୁ ପୂର୍ବର କଲ୍ ରେକର୍ଡିଂ
ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ଅତୁଲ ସୁଭାସଙ୍କ ଭଳି ଆଉ ଜଣେ ଯୁବକଙ୍କ କାହାଣୀ। ସହି ପାରିଲେନି ପତ୍ନୀଙ୍କ ଅକଥନୀୟ ନିର୍ଯାତନା, ଶେଷରେ ଅତିଷ୍ଠ ହୋଇ ଝୁଲିପଡ଼ିଲେ। ମୃତ୍ୟୁ ପୁର୍ବରୁ ୫୪ ମିନିଟର ଭିଡିଓ ସେୟାର କରି ଜଣାଇଲେ ଦୁଃଖ। ଦର୍ଶକ ବନ୍ଧୁ ଏଘଟଣା ଏମିତି ଆପଣ ବି ପୂରା କାହାଣୀ ଜାଣିଲେ କିଛି ସମୟ ପାଇଁ ନୀରବ ହୋଇଯିବେ। ଆମେ କହୁଛୁ ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ପୁନୀତ ଖୁରାନାଙ୍କ କଥା। ପତ୍ନୀଙ୍କ ନିର୍ଯାତନା […]

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ଅତୁଲ ସୁଭାସଙ୍କ ଭଳି ଆଉ ଜଣେ ଯୁବକଙ୍କ କାହାଣୀ। ସହି ପାରିଲେନି ପତ୍ନୀଙ୍କ ଅକଥନୀୟ ନିର୍ଯାତନା, ଶେଷରେ ଅତିଷ୍ଠ ହୋଇ ଝୁଲିପଡ଼ିଲେ। ମୃତ୍ୟୁ ପୁର୍ବରୁ ୫୪ ମିନିଟର ଭିଡିଓ ସେୟାର କରି ଜଣାଇଲେ ଦୁଃଖ। ଦର୍ଶକ ବନ୍ଧୁ ଏଘଟଣା ଏମିତି ଆପଣ ବି ପୂରା କାହାଣୀ ଜାଣିଲେ କିଛି ସମୟ ପାଇଁ ନୀରବ ହୋଇଯିବେ। ଆମେ କହୁଛୁ ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ପୁନୀତ ଖୁରାନାଙ୍କ କଥା। ପତ୍ନୀଙ୍କ ନିର୍ଯାତନା ସହିନପାରି ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି ଦିଲ୍ଲୀ ମଡେଲ ଟାଉନର ଜଣେ ଯୁବକ ପୁନୀତ ଖୁରାନା। ଝୁଲନ୍ତା ଅବସ୍ଥାରେ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି।
ପୁନୀତ ଖୁରାନା, ୨୦୧୬ରେ ସେ ମାଣିକ ଜଗଦୀଶ ପହୱା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ସହ ମିଶି ସେ ଦିଲ୍ଲୀର ଏକ ନାମୀଦାମୀ କାଫେ ‘ଉଡ୍ବକ୍ସ’ ଚଲାଉଥିଲେ। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ ଠାକ୍ ଚାଲିଥିଲା। ହେଲେ ପରେ ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାକୁ ଲାଗିଲା। ସ୍ଥିତି ଏମିତି ହେଲା ଦୁହେଁ ବିବାହ ବିଚ୍ଛେଦ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ପରେ ପରେ ୨ ପରିବାର ଭିତରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା। ୮ବର୍ଷ ତଳେ ହୋଇଥିବା ବିବାହ, ୨ବର୍ଷ ତଳେ ଛାଡ଼ପତ୍ରର ରୂ ନେଇଥିବା ବେଳେ କୋର୍ଟରେ ଏଯାବତ୍ ଚାଲିଛି ଛାଡ଼ପତ୍ର କେସ୍। ଏସବୁ ଭିତରେ ପତ୍ନୀଙ୍କ ଅକଥନୀୟ ଅତ୍ୟାଚାର ସହିନପାରି ଶେଷରେ ଜୀବନ ହାରିଲେ ପୁନୀତ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ ପତ୍ନୀ ମାଣିକ ପୁନିତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସୁଇସାଇଡ ପୂର୍ବରୁ ରାତି ୩ ଟା ପର୍ଯ୍ୟନ୍ତ ପୁନିତ୍ ଏବଂ ମନିକାଙ୍କ ଭିତରେ ଫୋନରେ କଥାବାର୍ତ୍ତା ହୋଇଥିଲା। ରାଗରେ ଆସି ମାଣିିକ କହିଥିଲେ , ‘ତୁମେ କେବଳ ଆତ୍ମହତ୍ୟାର ଧମକ ଦେଇପାରିବ ଆତ୍ମହତ୍ୟା କରିପାରିବ ନାହିଁ।’ ଏହାର ପରଦିନ ଦ୍ୱିପ୍ରହର ୧.୩୦ ସମୟରେ ପୁନିତଙ୍କ ଝୁଲନ୍ତା ମୃତଦେହ ତାଙ୍କ ରୁମରୁ ମିଳିଲା। ତେବେ ଉକ୍ତ ମାମଲାକୁ ନେଇ ପୋଲିସ ପୁନୀତ ଖୁରାନାଙ୍କ ଫୋନକୁ ଜବତ କରିବା ସହ କଲ ରେକର୍ଡ ଆଧାରରେ ତାଙ୍କ ପତ୍ନୀ ମାଣିକ ଜଗଦୀଶ ପହୱାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ଜଣାପଡ଼ିଛି।