ସ୍ତ୍ରୀ, ଶାଶୁଙ୍କୁ ମାରି ପୋତିଦେଲେ ସ୍ବାମୀ, ଦୋଷ ଲୁଚାଇବାକୁ ଯାଇ ଉପରେ ଲଗାଇଦେଲେ କଦଳୀ ଗଛ, ତା’ପରେ…

ବାରିପଦା,୨୯।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡକୁ ପୋଲିସ ଖୁଲାସା କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ଦେବାଶିଷ ପାତ୍ର। ମୃତକ ଦ୍ୱୟ ହେଲେ ଅଭିଯୁକ୍ତଙ୍କ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ। ସୂଚନାଯୋଗ୍ୟ, ୧୨ […] The post ସ୍ତ୍ରୀ, ଶାଶୁଙ୍କୁ ମାରି ପୋତିଦେଲେ ସ୍ବାମୀ, ଦୋଷ ଲୁଚାଇବାକୁ ଯାଇ ଉପରେ ଲଗାଇଦେଲେ କଦଳୀ ଗଛ, ତା’ପରେ… appeared first on Dharitri Odia News.

ସ୍ତ୍ରୀ, ଶାଶୁଙ୍କୁ ମାରି ପୋତିଦେଲେ ସ୍ବାମୀ, ଦୋଷ ଲୁଚାଇବାକୁ ଯାଇ ଉପରେ ଲଗାଇଦେଲେ କଦଳୀ ଗଛ, ତା’ପରେ…

ବାରିପଦା,୨୯।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡକୁ ପୋଲିସ ଖୁଲାସା କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ଦେବାଶିଷ ପାତ୍ର। ମୃତକ ଦ୍ୱୟ ହେଲେ ଅଭିଯୁକ୍ତଙ୍କ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ।

ସୂଚନାଯୋଗ୍ୟ, ୧୨ ଜୁଲାଇରେ ସୋନାଲି ବାପଘରୁ ମାଆ ସୁମତା ସହ ଶାଶୁଘରକୁ ଆସିଥିଲେ। ୧୯ ତାରିଖ କୌଣସି କାରଣରକୁ ନେଇ ଅଭିଯୁକ୍ତ ଦେବାଶିଷ ପଥରରେ ଛେଚି ସ୍ତ୍ରୀ ଓ ଶାଶୁକୁ ନିର୍ମମ ଭାବେ ହତ୍ୟା କରିଥିଲେ। ଦୋଷ ଲୁଚାଇବାକୁ ଯାଇ ନିଜ ଘର ବାଡିରେ ଗାତ ଖୋଳି ଉଭୟଙ୍କୁ ପୋତିବା ପରେ କଦଳୀ ଗଛ ଲଗାଇ ଦେଇଥିଲେ। ବାପଘରୁ ଆସିବାର ୧୭ ଦିନ ପରେ ଉଭୟ ନିଖୋଜ ଥିବା ନେଇ ସୋନାଲିଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ଘରବାଡିରେ ଗାତ ଖୋଳାଯାଇଥିବା ଦେଖି ସନ୍ଦେହ ହୋଇଥିଲା।  ଗାତ ଖୋଳିବାରୁ ଉଭୟଙ୍କ ମୃତ ଦେହକୁ ପୋଲିସ ଜବତ କରିଛି।  ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

The post ସ୍ତ୍ରୀ, ଶାଶୁଙ୍କୁ ମାରି ପୋତିଦେଲେ ସ୍ବାମୀ, ଦୋଷ ଲୁଚାଇବାକୁ ଯାଇ ଉପରେ ଲଗାଇଦେଲେ କଦଳୀ ଗଛ, ତା’ପରେ… appeared first on Dharitri Odia News.