ସ୍ତ୍ରୀକୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ

ରାଉରକେଲା: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିର୍ଦ୍ଦୟୀ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଙ୍ଗରପାଲି ପୋଲିସ ଥାନା ଅଞ୍ଚଳରେ। ମୃତ ମହିଳାଙ୍କ ନାଁ ମମତା ବେହେରା। ସୂଚନା ଅନୁଯାୟୀ, ମୃତ ମମତା ବେହେରା RGHରେ ଷ୍ଟ।ଫ ନର୍ସ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ବାମୀ ଶଶୀ ଭୂଷଣ ପଲେଇ ଏଠାରେ କର୍ମଚାରୀ ଭାବରେ କାମ କରୁଥିଲେ । ଉଭୟ ସ୍ଥାନୀୟ ଫର୍ଟିଲାଇଜର ଅଞ୍ଚଳ ରହୁଥିଲେ। ତେବେ ଗତକାଲି ମମତା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଗତକାଲି ଗଣ୍ଡଗୋଳ ହୋଇଥିଲା। ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ମମତାଙ୍କୁ ପିଟିଥିଲେ ଶଶୀ ଭୂଷଣ। ଫଳରେ ଗୁରୁତର ହୋଇପଡ଼ିଥିଲେ ସେ। ତେବେ ଶନିବାର ସକାଳେ ମମତାଙ୍କୁ RGHରେ ଭର୍ତ୍ତି କରାଯାଇଥିବେଳେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଟାଙ୍ଗରପାଲି ଥାନା ପୋଲିସ। The post ସ୍ତ୍ରୀକୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ appeared first on Prameya News7.

ସ୍ତ୍ରୀକୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ

ରାଉରକେଲା: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିର୍ଦ୍ଦୟୀ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଙ୍ଗରପାଲି ପୋଲିସ ଥାନା ଅଞ୍ଚଳରେ। ମୃତ ମହିଳାଙ୍କ ନାଁ ମମତା ବେହେରା।

ସୂଚନା ଅନୁଯାୟୀ, ମୃତ ମମତା ବେହେରା RGHରେ ଷ୍ଟ।ଫ ନର୍ସ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ବାମୀ ଶଶୀ ଭୂଷଣ ପଲେଇ ଏଠାରେ କର୍ମଚାରୀ ଭାବରେ କାମ କରୁଥିଲେ । ଉଭୟ ସ୍ଥାନୀୟ ଫର୍ଟିଲାଇଜର ଅଞ୍ଚଳ ରହୁଥିଲେ। ତେବେ ଗତକାଲି ମମତା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଗତକାଲି ଗଣ୍ଡଗୋଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ

ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ମମତାଙ୍କୁ ପିଟିଥିଲେ ଶଶୀ ଭୂଷଣ। ଫଳରେ ଗୁରୁତର ହୋଇପଡ଼ିଥିଲେ ସେ। ତେବେ ଶନିବାର ସକାଳେ ମମତାଙ୍କୁ RGHରେ ଭର୍ତ୍ତି କରାଯାଇଥିବେଳେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଟାଙ୍ଗରପାଲି ଥାନା ପୋଲିସ।

The post ସ୍ତ୍ରୀକୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ appeared first on Prameya News7.