ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି କ୍ଲିନିକରେ ଜୀବନ ହାରିଲେ ଡାକ୍ତର

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶର ଗୌଣ୍ଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାଇ ଡାକ୍ତର ସ୍ବାମୀ ନିଜ କ୍ଲିନିକରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ଡାକ୍ତର ହେଲେ ଦେବୀ ଦୟାଲ( ୪୦)। ଅନ୍ୟପକ୍ଷେ ପୋଲିସ ଡାକ୍ତରଙ୍କ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ରେ ନିର୍ଯାତନା ଅସହ୍ୟ ହେବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଡାକ୍ତର ଉଲ୍ଲେଖ […] The post ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି କ୍ଲିନିକରେ ଜୀବନ ହାରିଲେ ଡାକ୍ତର appeared first on Dharitri Odia News.

ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି କ୍ଲିନିକରେ ଜୀବନ ହାରିଲେ ଡାକ୍ତର

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶର ଗୌଣ୍ଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାଇ ଡାକ୍ତର ସ୍ବାମୀ ନିଜ କ୍ଲିନିକରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ଡାକ୍ତର ହେଲେ ଦେବୀ ଦୟାଲ( ୪୦)।

ଅନ୍ୟପକ୍ଷେ ପୋଲିସ ଡାକ୍ତରଙ୍କ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ରେ ନିର୍ଯାତନା ଅସହ୍ୟ ହେବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଡାକ୍ତର ଉଲ୍ଲେଖ କରିଛନ୍ତି। ଏପରି କି ସ୍ତ୍ରୀ ତାଙ୍କୁ ଅଯଥା ସନ୍ଦେହ କରୁଥିଲେ। ଫଳରେ ସେ ମାନସିକ ଚାପଗ୍ରସ୍ତ ରହୁଥିଲେ। ଏପରି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ ବୋଲି ସୁଇସାଇଡ୍‌ ନୋଟରେ ଏପରି କିଛି କୋହଭରା କଥା ଡାକ୍ତର ଲେଖିଛନ୍ତି। ଏପରି କି ତାଙ୍କ ମୃତ୍ୟୁ ପାଇଁ  ସ୍ତ୍ରୀ, ଶାଳୀ ଓ ଶଳାଙ୍କୁ ଦାୟୀ କରିଛନ୍ତି। ସୁଇସାଇଡ୍‌ ନୋଟ୍‌କୁ ଭିତ୍ତିକରି ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୁଇସାଇଡ୍‌ ନୋଟ୍‌ରେ ନିର୍ଯାତନା ଅସହ୍ୟ ହେବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଡାକ୍ତର ଉଲ୍ଲେଖ କରିଛନ୍ତି। ଏପରି କି ସ୍ତ୍ରୀ ତାଙ୍କୁ ଅଯଥା ସନ୍ଦେହ କରୁଥିଲେ। ଫଳରେ ସେ ମାନସିକ ଚାପଗ୍ରସ୍ତ ରହୁଥିଲେ। ଏପରି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ ବୋଲି ସୁଇସାଇଡ୍‌ ନୋଟରେ ଏପରି କିଛି କୋହଭରା କଥା ଡାକ୍ତର ଲେଖିଛନ୍ତି।

ସୂଚନାଯୋଗ୍ୟ, ଡାକ୍ତର ଦୟାଲ ନିଜ କ୍ଲିନିକରେ ଏକୁଟିଆ ଥିଲେ। ହେଲେ ସେ ବହୁ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗି ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା।

The post ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି କ୍ଲିନିକରେ ଜୀବନ ହାରିଲେ ଡାକ୍ତର appeared first on Dharitri Odia News.