ସ୍ତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ପକାଇ ଗରମ ଆଇରନ୍ ମାଡ଼ିଦେଲେ ସ୍ବାମୀ: ଆଉ ତା’ପରେ…
ମୁଜାଫରପୁର,୧୭।୬: ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ପ୍ରତି ନିଷ୍ଠୁରତାର ଏକ ଘଟଣା ସାମ୍ନାକୁ ଆସିଛି। ମୁଜାଫରପୁରରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ପିଟିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ପରେ ଗରମ ଆଇରନ୍ ମାଡ଼ି ଦେଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ସ୍ତ୍ରୀଙ୍କୁ ବିଦ୍ୟୁତ ଆଘାତ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ମୁଜାଫରପୁର ଜିଲାର ଦେଓରିଆ […] The post ସ୍ତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ପକାଇ ଗରମ ଆଇରନ୍ ମାଡ଼ିଦେଲେ ସ୍ବାମୀ: ଆଉ ତା’ପରେ… appeared first on Dharitri Odia News.
ମୁଜାଫରପୁର,୧୭।୬: ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ପ୍ରତି ନିଷ୍ଠୁରତାର ଏକ ଘଟଣା ସାମ୍ନାକୁ ଆସିଛି। ମୁଜାଫରପୁରରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ପିଟିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ପରେ ଗରମ ଆଇରନ୍ ମାଡ଼ି ଦେଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ସ୍ତ୍ରୀଙ୍କୁ ବିଦ୍ୟୁତ ଆଘାତ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ମୁଜାଫରପୁର ଜିଲାର ଦେଓରିଆ କୋଠି ଅଞ୍ଚଳର ବୋଲି କୁହାଯାଉଛି।
ମହିଳାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ସ୍ବାମୀଙ୍କ ନାମ ଶତ୍ରୁଘ୍ନ ରାୟ (୪୦)। ମହିଳା କହିଛନ୍ତି, ତାଙ୍କ ସ୍ବାମୀ, ଶାଶୁ ଏବଂ ଶ୍ୱଶୁର ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ମହିଳା ଦେଓରିଆ ଥାନାରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ପୀଡିତା ମହିଳା କହିଛନ୍ତି, ତାଙ୍କର ତିନୋଟି ପିଲା ଅଛନ୍ତି। ତାଙ୍କ ସ୍ବାମୀଙ୍କର ଏକ ମେକଅପ ଦୋକାନ ଅଛି। ଜୁନ ୧୩ ତାରିଖରେ ସ୍ବାମୀ ତାଙ୍କୁ ନିର୍ମମ ଭାବରେ ପିଟିଥିଲେ। ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କୁ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ସେ ସନ୍ଦେହ କରୁଥିଲେ ଯେ ମୋର ଗାଁର କାହା ସହିତ ଅବୈଧ ସମ୍ପର୍କ ଅଛି।
ସ୍ବାମୀଙ୍କ ଅବୈଧ ସମ୍ପର୍କ ଅଭିଯୋଗ ପରେ ପୀଡିତା କହିଥିଲେ ଯେ, ତାଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ଉଚିତ। ଏଥିରେ ସ୍ବାମୀ ରାଗିଗଲେ। ଏହା ପରେ ସେ ନିଷ୍ଠୁରତା କଲେ। ସେ ତାଙ୍କୁ ଏକ ଘରେରେ ବନ୍ଦ କରି ଦେଇଥିଲେ ଏବଂ ଦୁଇ ଦିନ ପର୍ଯ୍ୟନ୍ତ ଖାଦ୍ୟ ଦେଇ ନ ଥିଲେ। ଶ୍ୱଶୁର ଘର ଲୋକେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ।
ପଡ଼ୋଶୀମାନେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ପୋଲିସକୁ ଜଣାଇଥିଲେ। ଜୁନ ୧୫ରେ ପୀଡିତାଙ୍କ ଭାଇ ତାଙ୍କ ଶ୍ୱଶୁର ଘରକୁ ଆସି ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ଏହି ମାମଲାରେ ପୋଲିସ କହିଛି, ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମାମଲାରେ ଅଭିଯୁକ୍ତ ଶ୍ୱଶୁର ଘରର ଅନ୍ୟ ସଦସ୍ୟମାନଙ୍କୁ ଖୋଜା ଚାଲିଛି।
The post ସ୍ତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ପକାଇ ଗରମ ଆଇରନ୍ ମାଡ଼ିଦେଲେ ସ୍ବାମୀ: ଆଉ ତା’ପରେ… appeared first on Dharitri Odia News.