ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍, ପ୍ରବଳ ଜଳସ୍ରୋତରେ…
କୋଣାର୍କ,୨୬ା୭(ଜ୍ୟୋତିରାଜ ମହାନ୍ତି): ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। କଟକ ସଦର ବିଡିଓ ପ୍ରତୀକ ସାହୁ (୩୩)ଓ ତାଙ୍କ ସ୍ତ୍ରୀ ରଶ୍ମୀ ସାହୁଙ୍କ ସହ ଶନିବାର କୋଣାର୍କ ବୁଲିବାକୁ ଆସିଥିଲେ। ରାମଚଣ୍ଡୀ ନିକଟ ଲୋଟସ ରିସର୍ଟରେ କାର ଯାହାର ନମ୍ବର ଓ ବି ୨୩୫୭ ପାର୍କିଂ ସମୟରେ ଭାରସାମ୍ୟ ହରାଇ କୁଶଭଦ୍ରାକୁ ଖସି ପଡ଼ିଥିଲା। ନଦୀରେ ଜୁଆର ଥିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ […] The post ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍, ପ୍ରବଳ ଜଳସ୍ରୋତରେ… appeared first on Dharitri Odia News.
କୋଣାର୍କ,୨୬ା୭(ଜ୍ୟୋତିରାଜ ମହାନ୍ତି): ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। କଟକ ସଦର ବିଡିଓ ପ୍ରତୀକ ସାହୁ (୩୩)ଓ ତାଙ୍କ ସ୍ତ୍ରୀ ରଶ୍ମୀ ସାହୁଙ୍କ ସହ ଶନିବାର କୋଣାର୍କ ବୁଲିବାକୁ ଆସିଥିଲେ। ରାମଚଣ୍ଡୀ ନିକଟ ଲୋଟସ ରିସର୍ଟରେ କାର ଯାହାର ନମ୍ବର ଓ ବି ୨୩୫୭ ପାର୍କିଂ ସମୟରେ ଭାରସାମ୍ୟ ହରାଇ କୁଶଭଦ୍ରାକୁ ଖସି ପଡ଼ିଥିଲା। ନଦୀରେ ଜୁଆର ଥିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ଅଗ୍ନିଶମ ବାହିନୀ କାରକୁ ଉଦ୍ଧାର କରିଥିଲେ। ଏଥିରେ ବିଡିଓ ସାମାନ୍ୟ ଆହତ ହୋଇ ପ୍ରଥମେ କୋଣାର୍କ ସ୍ବାସ୍ଥ୍ୟ କେନ୍ଦ୍ର ପରେ ପୁରୀ ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମେରାଇନ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଥାନାଧିକାରିଣୀ ପ୍ରତିମା ସାହୁ ପ୍ରକାଶ କରିଛନ୍ତି।
The post ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍, ପ୍ରବଳ ଜଳସ୍ରୋତରେ… appeared first on Dharitri Odia News.