ସ୍ତ୍ରୀଙ୍କଠାରୁ ଚାପୁଡ଼ା ଖାଇଥିବା ରାଷ୍ଟ୍ରପତିଙ୍କୁ ଏମିତି ପରାମର୍ଶ ଦେଲେ ଟ୍ରମ୍ପ: ବନ୍ଦ ଘରେ…

ନୂଆଦିଲ୍ଲୀ,୩୧।୫: ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ତାଙ୍କ ପତ୍ନୀ ବ୍ରିଜିଟଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ମାକ୍ରୋନ ଏବଂ ବ୍ରିଜିଟଙ୍କ ଭାଇରାଲ ଭିଡିଓ ଉପରେ ଟ୍ରମ୍ପ କଟାକ୍ଷ କରିଛନ୍ତି। ମାକ୍ରୋନ ଏବଂ ବ୍ରିଜିଟ ଭିଏତନାମରେ ପହଞ୍ଚି ବିମାନରୁ ଓହ୍ଲାଇଥିଲେ। ବିମାନର ଦ୍ୱାର ଖୋଲିବା ମାତ୍ରେ ହଠାତ୍‌ ମାକ୍ରୋନଙ୍କ ମୁହଁକୁ ବ୍ରିଜିଟ୍‌ ଧକ୍କା ଦେଉଥିବାର ଭିଡ଼ିଓ ଭାଇରାଲ […] The post ସ୍ତ୍ରୀଙ୍କଠାରୁ ଚାପୁଡ଼ା ଖାଇଥିବା ରାଷ୍ଟ୍ରପତିଙ୍କୁ ଏମିତି ପରାମର୍ଶ ଦେଲେ ଟ୍ରମ୍ପ: ବନ୍ଦ ଘରେ… appeared first on Dharitri Odia News.

ସ୍ତ୍ରୀଙ୍କଠାରୁ ଚାପୁଡ଼ା ଖାଇଥିବା ରାଷ୍ଟ୍ରପତିଙ୍କୁ ଏମିତି ପରାମର୍ଶ ଦେଲେ ଟ୍ରମ୍ପ: ବନ୍ଦ ଘରେ…

ନୂଆଦିଲ୍ଲୀ,୩୧।୫: ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ତାଙ୍କ ପତ୍ନୀ ବ୍ରିଜିଟଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ମାକ୍ରୋନ ଏବଂ ବ୍ରିଜିଟଙ୍କ ଭାଇରାଲ ଭିଡିଓ ଉପରେ ଟ୍ରମ୍ପ କଟାକ୍ଷ କରିଛନ୍ତି।

ମାକ୍ରୋନ ଏବଂ ବ୍ରିଜିଟ ଭିଏତନାମରେ ପହଞ୍ଚି ବିମାନରୁ ଓହ୍ଲାଇଥିଲେ। ବିମାନର ଦ୍ୱାର ଖୋଲିବା ମାତ୍ରେ ହଠାତ୍‌ ମାକ୍ରୋନଙ୍କ ମୁହଁକୁ ବ୍ରିଜିଟ୍‌ ଧକ୍କା ଦେଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା।

ଓଭାଲ ଅଫିସରେ ଏକ ପ୍ରେସ ଇଭେଣ୍ଟ ସମୟରେ, ଜଣେ ସାମ୍ବାଦିକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଭାଇରାଲ ଭିଡିଓ ଉପରେ ପ୍ରଶ୍ନ କରିଥିଲେ। ଟ୍ରମ୍ପ କହିଛନ୍ତି, ସେମାନେ ଦୁହେଁ ବହୁତ ଭଲ ଲୋକ। ମୁଁ ସେମାନଙ୍କୁ ବହୁତ ଭଲ ଭାବରେ ଜାଣେ ଏବଂ ମୁଁ ଜାଣିନାହିଁ ଯେ ଏସବୁ କ’ଣ ବିଷୟରେ ଥିଲା। କିନ୍ତୁ କବାଟ ବନ୍ଦ କରି ଯାହା କର।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ରାଷ୍ଟ୍ରପତି ମାକ୍ରୋନ ଭିଡିଓଟିକୁ ଖାରଜ କରି କହିଥିଲେ, ଏହି ଘଟଣାକୁ ଅତିରଞ୍ଜିତ କରାଯାଉଛି। ଯେତେବେଳେ ସେହି ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା, ସେତେବେଳେ ସେ ଏବଂ ବ୍ରିଜିଟ କେବଳ ମଜା କରୁଥିଲେ।

 

The post ସ୍ତ୍ରୀଙ୍କଠାରୁ ଚାପୁଡ଼ା ଖାଇଥିବା ରାଷ୍ଟ୍ରପତିଙ୍କୁ ଏମିତି ପରାମର୍ଶ ଦେଲେ ଟ୍ରମ୍ପ: ବନ୍ଦ ଘରେ… appeared first on Dharitri Odia News.