ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

ମାଲକାନଗିରି,୧୧।୧(ଦୁର୍ଯ୍ୟୋଧନ ପାତ୍ର): ମାଳକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛନ୍ତି ସ୍ବାମୀ। ସ୍ତ୍ରୀ ଶ୍ରୀତି ବିଶ୍ୱାସଙ୍କ ବେକ ଓ ମୁହଁରେ ରହିଛି ଗଭୀର କ୍ଷତ। ଗତକାଲି ରାତି ୧୦ ରୁ ୧୧ ଭିତରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାରୀ ସ୍ବାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି। କାଲିମେଳା […] The post ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ appeared first on Dharitri Odia News.

ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

ମାଲକାନଗିରି,୧୧।୧(ଦୁର୍ଯ୍ୟୋଧନ ପାତ୍ର): ମାଳକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛନ୍ତି ସ୍ବାମୀ। ସ୍ତ୍ରୀ ଶ୍ରୀତି ବିଶ୍ୱାସଙ୍କ ବେକ ଓ ମୁହଁରେ ରହିଛି ଗଭୀର କ୍ଷତ। ଗତକାଲି ରାତି ୧୦ ରୁ ୧୧ ଭିତରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାରୀ ସ୍ବାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି। କାଲିମେଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।
ସୂଚନାିଯୋଗ୍ୟ ଯେ, ସ୍ବାମୀ ନୀତେନ ବିଶ୍ୱାସ କାଲିମେଳା ବଜାର ମଧ୍ୟରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା। କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଘଟଣା କାରଣ ଜଣାପଡିବ ବୋଲି ପୋଲିସ ସୂତରୁ ଜଣାପଡିଛି।

The post ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ appeared first on Dharitri Odia News.