ସ୍ତ୍ରୀଙ୍କୁ ଶାବଳ ଭୁସିଦେଲେ ସ୍ବାମୀ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର
ବ୍ରହ୍ମପୁର, ୨୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଜଣେ ମହିଳାଙ୍କୁ ବୁଧବାର ରାତ୍ର ଶାବଳରେ ଭୂସିି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ଝୁନୁ ଜେନା(୪୫)। ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ଜେନା ଗାଁ’ସରପଞ୍ଚ ବଶିଷ୍ଠ ଜେନା ନିକଟରେ ନିଜର ଦୋଷ ସ୍ବୀକାର କରିଥିଲେ। ପରେ ସରପଞ୍ଚ ଏନେଇ ସଦର ଥାନାଧିକାରୀଙ୍କୁ ଜଣାଇଥିଲେ। ପୋଲିସ ପହଞ୍ଚି ରାଜେନ୍ଦ୍ରଙ୍କୁ କାବୁ କରିଥିଲା। ସେହିପରି ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରିପଢିଥିବା […] The post ସ୍ତ୍ରୀଙ୍କୁ ଶାବଳ ଭୁସିଦେଲେ ସ୍ବାମୀ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର appeared first on Dharitri Odia News.
ବ୍ରହ୍ମପୁର, ୨୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଜଣେ ମହିଳାଙ୍କୁ ବୁଧବାର ରାତ୍ର ଶାବଳରେ ଭୂସିି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ଝୁନୁ ଜେନା(୪୫)। ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ଜେନା ଗାଁ’ସରପଞ୍ଚ ବଶିଷ୍ଠ ଜେନା ନିକଟରେ ନିଜର ଦୋଷ ସ୍ବୀକାର କରିଥିଲେ।
ପରେ ସରପଞ୍ଚ ଏନେଇ ସଦର ଥାନାଧିକାରୀଙ୍କୁ ଜଣାଇଥିଲେ। ପୋଲିସ ପହଞ୍ଚି ରାଜେନ୍ଦ୍ରଙ୍କୁ କାବୁ କରିଥିଲା। ସେହିପରି ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରିପଢିଥିବା ଝୁନୁଙ୍କ ମୃତଦେହ ଉଦ୍ଧାର କରି ଏମକେସିଜି ମେଡିକାଲ ପଠାଇଥିଲା। ସେହିପରି ଘଟଣାସ୍ଥଳରୁ ରକ୍ତଭିଜା ଶାବଳ ମଧ୍ୟ ଜବତ କରିଥିଲା। ଗୁରୁବାର ପୋଲିସ ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଛେଦ ପାଇଁ ପଠାଇଛି। ମୃତକଙ୍କ ଭାଇର ଅଭିଯୋଗ ଅନୁଯାଇ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ସ୍ତ୍ରୀଙ୍କୁ ଶାବଳ ଭୁସିଦେଲେ ସ୍ବାମୀ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର appeared first on Dharitri Odia News.