ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ…

କେନ୍ଦୁଝର,୧୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ବସ୍ତାରେ ପୂରାଇ ଘରେ ଲୁଚାଇ ରଖିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗ୍ରାମବାସୀ ଅଭିଯୁକ୍ତଙ୍କୁୁ ଧରି ପୋଲିସ ଜିମା ଦେଇଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ମୃତ ମହିଳା ହେଲେ ବର୍ଷାଲି ବେଣ୍ଟକାର। ସୋମବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହେବା ପରେ ସ୍ବାମୀ ପ୍ରଦୀପ ବେଣ୍ଟକାର ଏଭଳି […] The post ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ… appeared first on Dharitri Odia News.

ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ…

କେନ୍ଦୁଝର,୧୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ବସ୍ତାରେ ପୂରାଇ ଘରେ ଲୁଚାଇ ରଖିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗ୍ରାମବାସୀ ଅଭିଯୁକ୍ତଙ୍କୁୁ ଧରି ପୋଲିସ ଜିମା ଦେଇଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ମୃତ ମହିଳା ହେଲେ ବର୍ଷାଲି ବେଣ୍ଟକାର। ସୋମବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହେବା ପରେ ସ୍ବାମୀ ପ୍ରଦୀପ ବେଣ୍ଟକାର ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ପ୍ରଦୀପ ନିଶାସକ୍ତ ଅବସ୍ଥାରେ ବର୍ଷାଲିଙ୍କୁ ଗ୍ରାମଦାଣ୍ଡରୁ ବାଡ଼େଇ ବାଡ଼େଇ ଘରକୁ ଆଣିଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ପରେ ଘର ଭିତରେ କବାଟ ବନ୍ଦ କରି ମାଡ଼ ମାରି ହତ୍ୟା ପରେ ଏକ ବସ୍ତାରେ ମୃତଦେହକୁ ଭର୍ତ୍ତି କରି ତା ଉପରେ ଧାନ ବସ୍ତା ରଖି ଦେଇଥିଲେ। ଝିଅ ସନ୍ଧ୍ୟା ମା’ଙ୍କୁ ଖୋଜିବା ପରେ ଘଟଣା ଜଣାପଡ଼ିଥିଲା। ଗ୍ରାମବାସୀ ଘରର ତାଲା ଖୋଲି ବସ୍ତା ଭିତରେ ମୃତଦେହ ଥିବା ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବାରିଆ ଥାନା ଅଧିକାରୀ ହେମନ୍ତ କୁମାର ମାଝୀ କହିଛନ୍ତି।

The post ସ୍ତ୍ରୀଙ୍କୁ ହତ୍ୟା କରି ବସ୍ତାରେ ପୁରାଇ ରଖିଥିଲେ ସ୍ବାମୀ, ଝିଅ ଖୋଜିବା ପରେ… appeared first on Dharitri Odia News.