ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ
ପୁରୀ,୨୨।୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶନିବାର ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରିଛନ୍ତି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ପରେ ମା’ ସୁଭଦ୍ରା ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ଶେଷରେ କାଳିଆସାଆନ୍ତ ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ହଲି ହଲି ସ୍ନାନବେଦୀରେ ପହଞ୍ଚି ଥିଲେ। ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ। କାଳିଆଙ୍କ ଶ୍ରୀମୁଖ ଟିକେ ଦେଖିବାକୁ […] The post ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ appeared first on Dharitri Odia News.
ପୁରୀ,୨୨।୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶନିବାର ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରିଛନ୍ତି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ପରେ ମା’ ସୁଭଦ୍ରା ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ଶେଷରେ କାଳିଆସାଆନ୍ତ ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ହଲି ହଲି ସ୍ନାନବେଦୀରେ ପହଞ୍ଚି ଥିଲେ। ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ। କାଳିଆଙ୍କ ଶ୍ରୀମୁଖ ଟିକେ ଦେଖିବାକୁ ଭକ୍ତ ବିଭୋର ହୋଇ ପଡିଛନ୍ତି।
ବର୍ତ୍ତମାନ ଦାରୁ ଦିଅଁଙ୍କ ସ୍ପତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି। ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନବେଦିରେ ସ୍ନାନ କରିବେ। ପରେ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ।
ତେଣୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହେବାରେ ଲାଗିଲାଣି। ଶନିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।
ଭକ୍ତମାନେ ଏହି ବ୍ୟାରିକେଡ୍ ଓ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିସାରି ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ଆଇନ ଶୃଙ୍ଖଳା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିିସ ଫୋର୍ସ ସହ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।
The post ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ appeared first on Dharitri Odia News.