ସ୍ନାନମଣ୍ଡପରେ ଠାକୁରଙ୍କୁ ସ୍ପର୍ଶ କରି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ସ୍ନାନମଣ୍ଡପ ଉପରେ ସାହାଣମେଲା ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ନକରିବା ପାଇଁ ନିର୍ଦେଶ ଥିବାବେଳେ ତା’ର ଉଲ୍ଲଙ୍ଘନ କରାଯାଇଥିଲା। କିଛି ଶ୍ରଦ୍ଧାଳୁ ଠାକୁରଙ୍କୁ ସ୍ପର୍ଶ କରିଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଦର୍ଶନ ପାଇଁ ନିର୍ଦେଶ ରହିଛି, ମାତ୍ର ନିର୍ଦେଶକୁ ଖାତିର ନକରି ଅନେକ ଭକ୍ତ ସ୍ନାନ ମଣ୍ଡପକୁୁ ଯାଇ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିଲେ। ଏପରିକି କିଛି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏନେଇ ପ୍ରତିଯୋଗିତା ଚାଲିଥିବା ଦେଖିବାକୁ […]

ସ୍ନାନମଣ୍ଡପରେ ଠାକୁରଙ୍କୁ ସ୍ପର୍ଶ କରି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ସ୍ନାନମଣ୍ଡପ ଉପରେ ସାହାଣମେଲା ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ନକରିବା ପାଇଁ ନିର୍ଦେଶ ଥିବାବେଳେ ତା’ର ଉଲ୍ଲଙ୍ଘନ କରାଯାଇଥିଲା। କିଛି ଶ୍ରଦ୍ଧାଳୁ ଠାକୁରଙ୍କୁ ସ୍ପର୍ଶ କରିଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଦର୍ଶନ ପାଇଁ ନିର୍ଦେଶ ରହିଛି, ମାତ୍ର ନିର୍ଦେଶକୁ ଖାତିର ନକରି ଅନେକ ଭକ୍ତ ସ୍ନାନ ମଣ୍ଡପକୁୁ ଯାଇ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିଲେ। ଏପରିକି କିଛି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏନେଇ ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଥିଲା। କେଉଁ ଭକ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଜାବୁଡ଼ି ଧରୁଥିଲା ତ କେଉଁ ଭକ୍ତ ହାତକୁ ମାଡ଼ି ବସୁଥିବା ଦେଖିବାକୁ ମିଳିଥିଲା। ସେଠାରେ ସେବାୟତମାନେ ଉପସ୍ଥିତ ଥିଲେ ମଧ୍ୟ ଭକ୍ତଙ୍କୁ ବାରଣ କରିବା ପରିବର୍ତ୍ତେ ଦର୍ଶନ କରାଇବାରେ ସହାୟତା କରୁଥିବା ଦେଖିବାକୁ ମିଳିଛି। ଠାକୁରଙ୍କ ଶ୍ରୀଅଙ୍ଗକୁ ଛୁଇଁବାକୁ ଏହି ଶ୍ରଦ୍ଧାଳୁଙ୍କୁ କିପରି ଅନୁମତି ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।