ସ୍ପଷ୍ଟ ଦିବାଲୋକରେ ଅଟୋ ସଂଘ ସଭାପତିଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପୁରୀ,୧୬ା୫(ଅଜିତ କୁମାର ମହାନ୍ତି): ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆଗକୁ ରଥଯାତ୍ରା ଥିବା ବେଳେ ସହରରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। ସହରରେ ଦୁଇ ଦୁଇଟି ଆପରାଧିକ ଘଟଣା ଘଟିଛି। ଯାହା ପୁରୀବାସୀଙ୍କ ମନରେ କିଛିଟା ଭୟ ସୃଷ୍ଟି କରିଛି। ଗୁରୁବାର ବିଳମ୍ବିତ ରାତିରେ ବାସେଳୀ ସାହି ଥାନା ଅନ୍ତର୍ଗତ ମଶାଣିଚଣ୍ଡୀ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ବେଳେ ବଳିଆ […] The post ସ୍ପଷ୍ଟ ଦିବାଲୋକରେ ଅଟୋ ସଂଘ ସଭାପତିଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ appeared first on Dharitri Odia News.
ପୁରୀ,୧୬ା୫(ଅଜିତ କୁମାର ମହାନ୍ତି): ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆଗକୁ ରଥଯାତ୍ରା ଥିବା ବେଳେ ସହରରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। ସହରରେ ଦୁଇ ଦୁଇଟି ଆପରାଧିକ ଘଟଣା ଘଟିଛି। ଯାହା ପୁରୀବାସୀଙ୍କ ମନରେ କିଛିଟା ଭୟ ସୃଷ୍ଟି କରିଛି। ଗୁରୁବାର ବିଳମ୍ବିତ ରାତିରେ ବାସେଳୀ ସାହି ଥାନା ଅନ୍ତର୍ଗତ ମଶାଣିଚଣ୍ଡୀ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ବେଳେ ବଳିଆ ପଣ୍ଡା ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି। ଯାହା ବଳିଆପଣ୍ଡା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେଉଥିବା ସୂଚାଉଛି। ଏଥିପାଇଁ ପୋଲିସର ନିଷ୍କ୍ରିୟତାକୁ ସାଧାରଣରେ ଦାୟୀ କରାଯାଇଛି। ଦିନ ଦ୍ୱିପ୍ରହରରେ ଅଟୋ ସଂଘ ସଭାପତି ଦୀପ୍ତିରଞ୍ଜନ ମହାନ୍ତିଙ୍କୁ ହାଣି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ରାକେଶ କୁମାର ସାହୁ (ବେଙ୍ଗ)। ତେବେ ଆହାତ ଦୀପ୍ତିଙ୍କୁ ସେଠାରୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଜାଣିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ଖବର ପାଇ ବଳିଆ ପଣ୍ଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡୁଛି। ଅପରକ୍ଷରେ ପୁରୀରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ପର୍ଯ୍ୟଟକ ଓ ଭକ୍ତ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି। ବଳିଆପଣ୍ଡା ଥାନାର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଏବଂ କେତେ ସମୟରେ କାର୍ଯ୍ୟାନୁଷ୍ଠାନ ନେବ ଦେଖିବାକୁ ବାକି ରହିଲା।
The post ସ୍ପଷ୍ଟ ଦିବାଲୋକରେ ଅଟୋ ସଂଘ ସଭାପତିଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ appeared first on Dharitri Odia News.