ସ୍ପେନ ଯାଉଥିବା ବେଳେ ଓଲଟିଲା ଡ଼ଙ୍ଗା, 40ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାକିସ୍ତାନ ସହିତ ଜଡିତ ଏକ ବଡ଼ ଦୁର୍ଘଟଣାର ହୃଦୟବିଦାରକ ଖବର ସାମ୍ନାକୁ ଆସୁଛି । ସ୍ପେନ ଯାଉଥିବା ସମୟରେ ମରକ୍କୋ ନିକଟରେ ସମୁଦ୍ରରେ ଏତ ଡ଼ଙ୍ଗା ବୁଡି ଯାଇଛି । ଏହି ବଡ଼ ଦୁର୍ଘଟଣାରେ 40ରୁ ଅଧିକ ପାକିସ୍ତାନୀ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅଧିକାରୀମାନେ ଗତ ଗୁରୁବାର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । କିପରି ହେଲା ଦୁର୍ଘଟଣା- ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାରେ ବସିଥିବା ଲୋକମାନେ ସ୍ପେନ୍ […]

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଜଡିତ ଏକ ବଡ଼ ଦୁର୍ଘଟଣାର ହୃଦୟବିଦାରକ ଖବର ସାମ୍ନାକୁ ଆସୁଛି । ସ୍ପେନ ଯାଉଥିବା ସମୟରେ ମରକ୍କୋ ନିକଟରେ ସମୁଦ୍ରରେ ଏତ ଡ଼ଙ୍ଗା ବୁଡି ଯାଇଛି । ଏହି ବଡ଼ ଦୁର୍ଘଟଣାରେ 40ରୁ ଅଧିକ ପାକିସ୍ତାନୀ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅଧିକାରୀମାନେ ଗତ ଗୁରୁବାର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।
କିପରି ହେଲା ଦୁର୍ଘଟଣା- ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାରେ ବସିଥିବା ଲୋକମାନେ ସ୍ପେନ୍ ଯିବାକୁ ଚେଷ୍ଟା କରୁଥିଲେ। ରିପୋର୍ଟ ଅନୁଯାୟୀ, ଏହି ଡଙ୍ଗାରେ 80 ଜଣ ପ୍ରବାସୀ ବସିଥିଲେ। ଯେତେବେଳେ ଏହି ଡଙ୍ଗାଟି ମରକ୍କୋରେ ପହଞ୍ଚିଲା ସେତେବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।
ଏହି ଦୁର୍ଘଟଣାରେ ଅତି କମରେ 50 ଜଣଙ୍କର ବୁଡ଼ି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରୁ 40 ରୁ ଅଧିକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି ।
ଗୋଟିଏ ଦିନ ପୂର୍ବରୁ ମଧ୍ୟ ହୋଇଥିବା ଦୁର୍ଘଟଣା-ଡଙ୍ଗା ବୁଡ଼ିବାର ଗୋଟିଏ ଦିନ ପୂର୍ବରୁ ସମାନ ଦୁର୍ଘଟଣା ଘଟିଥିଲା। ମରକ୍କୋ କର୍ତ୍ତୃପକ୍ଷ ଗୋଟିଏ ଦିନ ପୂର୍ବରୁ ଏକ ଡଙ୍ଗାରୁ 36 ଜଣଙ୍କୁ ଉଦ୍ଧାର କରିଥିଲେ । ଜାନୁଆରି ୨ ତାରିଖରେ ୮୬ ଜଣ ପ୍ରବାସୀଙ୍କୁ ନେଇ ଡଙ୍ଗାଟି ମୌରିଟାନିଆରୁ ବାହାରିଥିଲା ।
ଏହି ପ୍ରବାସୀମାନଙ୍କ ମଧ୍ୟରେ 66 ଜଣ ପାକିସ୍ତାନୀ ମଧ୍ୟ ଥିଲେ । ୱାକିଂ ବର୍ଡରର ସିଇଓ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରୁ ୪୪ ଜଣ ପାକିସ୍ତାନର ଥିଲେ ।