ସ୍ପେସ୍‌ ଷ୍ଟେସନକୁ ଚଲାଇବେ ରୋବଟ୍, ଅଟୋମେଟିକ୍ ଲଞ୍ଚ୍‌ ହେବ ମହାକାଶଯାନ

ନୂଆଦିଲ୍ଲୀ: ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରୁଷକୁ ବଡ଼ ସଫଳତା। ରୁଷିଆନ୍ ସ୍ପେସ୍‌ ଏଜେନ୍ସି ଏକ ନୂଆ ଟେକ୍ନଲୋଜି ବିକଶିତ କରିଛି ଯାହା ଭବିଷ୍ୟତରେ ମହାକାଶ ଯୁଦ୍ଧର ନିର୍ଣ୍ଣାୟକ ହେବ। ଏହି ଟେକ୍ନୋଲୋଜି ମାଧ୍ୟମରେ ମଣିଷର ବିନା ହସ୍ତକ୍ଷେପରେ ଷ୍ଟେସନରୁ ସିଧାସଳଖ ମହାକାଶଯାନ ଉତକ୍ଷେପଣ କରିପାରିବ ରୁଷ। କେବଳ ସେତିକି ନୁହେଁ, ଏହି ନୂଆ ରୁଷିଆନ୍ ଅର୍ବିଟାଲ୍ ଷ୍ଟେସନ (ROS) ମଧ୍ୟ ମଣିଷ ଦ୍ୱାରା ନୁହେଁ ବରଂ ରୋବଟ୍ ଦ୍ୱାରା ପରିଚାଳନା କରାଯିବ। ରୁଷର ଏହି ଅଟୋମେଟିକ୍ ସ୍ପେସ୍ ଲଞ୍ଚ୍ ଏବଂ ରୋବୋଟିକ୍ ମେଣ୍ଟେନାନ୍ସ ସିଷ୍ଟମ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ରୁଷିଆନ୍ ନ୍ୟୁଜ୍ ଏଜେନ୍ସି TASS। ଏହା ବିଶ୍ୱର ପ୍ରଥମ ଟେକ୍ନୋଲୋଜି ହେବ।ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଟେକ୍ନୋଲଜି ବିଷୟରେ ଅବଗତ କରାଇଛନ୍ତି ଡେପୁଟି ପିଏମ୍ ଡେନିସ୍ ମାଣ୍ଟୁରୋଭ। ସେ କହିଛନ୍ତି ଯେ ରୁଷ୍ 2030 ସୁଦ୍ଧା ମଡ୍ୟୁଲ୍-ବାଇ-ମଡ୍ୟୁଲ୍ ଉପାୟରେ ନିଜର ଅର୍ବିଟାଲ ଷ୍ଟେସନ ନିର୍ମାଣ କରିବ। ରୁଷିଆନ୍ ଅର୍ବିଟାଲ୍ ଷ୍ଟେସନ୍ ବା ROS ବିଶ୍ୱର ପ୍ରଥମ ଡ୍ରୋନ୍ ପ୍ଲାଟଫର୍ମ ହେବ। ଯାହାର ରକ୍ଷଣାବେକ୍ଷଣ ସମ୍ପୂର୍ଣ୍ଣ ଭାବରେ ରୋବଟ୍ କରିବ। ଏହା ରୁଷିଆନ୍ ଫେଡେରେସନର ଏକ ପ୍ୟାରେଣ୍ଟଡ୍ ସଲ୍ୟୁସନ। ବର୍ତ୍ତମାନ, ରୁଷ ଏହାର ରୁଷିଆନ୍ ଅର୍ବିଟାଲ୍ ଷ୍ଟେସନ୍ (ROS) ନିର୍ମାଣ ଦ୍ରୁତ ଗତିରେ କରୁଛି। ଏହାକୁ ୨୦୨୭ ରୁ ୨୦୩୩ ମଧ୍ୟରେ ନିକଟବର୍ତ୍

ସ୍ପେସ୍‌ ଷ୍ଟେସନକୁ ଚଲାଇବେ ରୋବଟ୍, ଅଟୋମେଟିକ୍ ଲଞ୍ଚ୍‌ ହେବ ମହାକାଶଯାନ

ନୂଆଦିଲ୍ଲୀ: ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରୁଷକୁ ବଡ଼ ସଫଳତା। ରୁଷିଆନ୍ ସ୍ପେସ୍‌ ଏଜେନ୍ସି ଏକ ନୂଆ ଟେକ୍ନଲୋଜି ବିକଶିତ କରିଛି ଯାହା ଭବିଷ୍ୟତରେ ମହାକାଶ ଯୁଦ୍ଧର ନିର୍ଣ୍ଣାୟକ ହେବ। ଏହି ଟେକ୍ନୋଲୋଜି ମାଧ୍ୟମରେ ମଣିଷର ବିନା ହସ୍ତକ୍ଷେପରେ ଷ୍ଟେସନରୁ ସିଧାସଳଖ ମହାକାଶଯାନ ଉତକ୍ଷେପଣ କରିପାରିବ ରୁଷ। କେବଳ ସେତିକି ନୁହେଁ, ଏହି ନୂଆ ରୁଷିଆନ୍ ଅର୍ବିଟାଲ୍ ଷ୍ଟେସନ (ROS) ମଧ୍ୟ ମଣିଷ ଦ୍ୱାରା ନୁହେଁ ବରଂ ରୋବଟ୍ ଦ୍ୱାରା ପରିଚାଳନା କରାଯିବ। ରୁଷର ଏହି ଅଟୋମେଟିକ୍ ସ୍ପେସ୍ ଲଞ୍ଚ୍ ଏବଂ ରୋବୋଟିକ୍ ମେଣ୍ଟେନାନ୍ସ ସିଷ୍ଟମ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ରୁଷିଆନ୍ ନ୍ୟୁଜ୍ ଏଜେନ୍ସି TASS। ଏହା ବିଶ୍ୱର ପ୍ରଥମ ଟେକ୍ନୋଲୋଜି ହେବ।

ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଟେକ୍ନୋଲଜି ବିଷୟରେ ଅବଗତ କରାଇଛନ୍ତି ଡେପୁଟି ପିଏମ୍ ଡେନିସ୍ ମାଣ୍ଟୁରୋଭ। ସେ କହିଛନ୍ତି ଯେ ରୁଷ୍ 2030 ସୁଦ୍ଧା ମଡ୍ୟୁଲ୍-ବାଇ-ମଡ୍ୟୁଲ୍ ଉପାୟରେ ନିଜର ଅର୍ବିଟାଲ ଷ୍ଟେସନ ନିର୍ମାଣ କରିବ। ରୁଷିଆନ୍ ଅର୍ବିଟାଲ୍ ଷ୍ଟେସନ୍ ବା ROS ବିଶ୍ୱର ପ୍ରଥମ ଡ୍ରୋନ୍ ପ୍ଲାଟଫର୍ମ ହେବ। ଯାହାର ରକ୍ଷଣାବେକ୍ଷଣ ସମ୍ପୂର୍ଣ୍ଣ ଭାବରେ ରୋବଟ୍ କରିବ। ଏହା ରୁଷିଆନ୍ ଫେଡେରେସନର ଏକ ପ୍ୟାରେଣ୍ଟଡ୍ ସଲ୍ୟୁସନ। 

ବର୍ତ୍ତମାନ, ରୁଷ ଏହାର ରୁଷିଆନ୍ ଅର୍ବିଟାଲ୍ ଷ୍ଟେସନ୍ (ROS) ନିର୍ମାଣ ଦ୍ରୁତ ଗତିରେ କରୁଛି। ଏହାକୁ ୨୦୨୭ ରୁ ୨୦୩୩ ମଧ୍ୟରେ ନିକଟବର୍ତ୍ତୀ ମେରୁର କକ୍ଷପଥରେ ନିୟୋଜିତ କରିବାକୁ ଯୋଜନା କରାଯାଇଛି। ROSର ପ୍ରଥମ ଅଂଶ ଭାବରେ, ୨୦୨୭ ଶେଷ ସୁଦ୍ଧା ସାଇଣ୍ଟିଫିକ୍ ଆଣ୍ଡ୍‌ ପାଓ୍ୱାର ମଡ୍ୟୁଲ୍ (SPM) ଲଞ୍ଚ କରାଯିବ। ଏହା ପରେ, ୨୦୩୦ ସୁଦ୍ଧା ୟୁନିଭର୍ସାଲ୍-ନୋଡ୍, ଗେଟୱେ ଏବଂ ବେସ୍ ମଡ୍ୟୁଲ୍ ଲଞ୍ଚ କରି ମୁଖ୍ୟ ଷ୍ଟେସନର ଷ୍ଟ୍ରକଚର୍ ପ୍ରସ୍ତୁତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ, ୨୦୩୧ରୁ ୨୦୩୩ ମଧ୍ୟରେ ଷ୍ଟେସନ ସହିତ ଦୁଇଟି ଟାର୍ଗେଟ୍ ମଡ୍ୟୁଲ୍ ସଂଯୋଗ କରି ଏହାର କ୍ଷମତାକୁ ଆହୁରି ବୃଦ୍ଧି କରାଯିବ।

ତେବେ ୨୦୩୦ ସୁଦ୍ଧା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ISS)କୁ ଡି-ଅର୍ବିଟ୍ ଅର୍ଥାତ କକ୍ଷପଥରୁ ଅଲଗା ହେବାର ଯୋଜନା ରହିଛି। ଏହା ପରେ, ରୁଷିଆର ନୂତନ ROS ଷ୍ଟେସନ ମାଧ୍ୟମରେ ମହାକାଶ ଦୌଡ଼ରେ ଏକ ନୂତନ ମୋର୍ଚ୍ଚା ଖୋଲିବ। ଏପର୍ଯ୍ୟନ୍ତ ମହାକାଶ ମିଶନରେ NASA ଏବଂ Roscosmos ମଧ୍ୟରେ ଦୃଢ଼ ସହଯୋଗ ରହିଛି। କିନ୍ତୁ ରୁଷ ଏବେ ଏହାର ସ୍ୱାଧୀନ ମହାକାଶ ଶକ୍ତି ଭାବରେ ଆଗକୁ ବଢ଼ିବାକୁ ଚାହୁଁଛି।

ବିଶେଷଜ୍ଞଙ୍କ ଅନୁମାନ  ମହାକାଶଯାନର ସ୍ୱୟଂଚାଳିତ ଉତକ୍ଷେପଣ ଏବଂ ରୋବୋଟିକ୍ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଭବିଷ୍ୟତରେ ମହାକାଶ ଯୁଦ୍ଧ ଦୃଷ୍ଟିରୁ ଏକ ଗେମ୍ ଚେଞ୍ଜର ହୋଇପାରେ। ଏହାଦ୍ୱାରା ଦୂରରୁ ମହାକାଶଯାନର ଉତକ୍ଷେପଣ, ସାମରିକ ସାଟେଲାଇଟ୍ ନିୟୋଜିତ କରିପାରିବ। ଆବଶ୍ୟକ ପଡିଲେ ଶତ୍ରୁ ଦେଶର ସାଟେଲାଇଟ୍ ଉପରେ ନଜର ରଖିବ। ଏହା ବ୍ୟତୀତ ରୋବଟ୍ ସାହାଯ୍ୟରେ ଷ୍ଟେସନର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ଏବଂ ମାନବ ମିଶନର ଆବଶ୍ୟକତା ହ୍ରାସ ପାଇବ।