ସ୍ବଦେଶ ଫେରିଲେ ବେଆଇନ ପ୍ରବାସୀ : ୧୦୪ ଭାରତୀୟଙ୍କୁ ନେଇ ପଞ୍ଜାବରେ ଅବତରଣ କଲା ଆମେରିକାର ସି-୧୭ ସାମରିକ ବିମାନ

କନକବ୍ୟୁରୋ : ସ୍ବଦେଶ ଫେରିଲେ ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ୧୦୪ ଜଣ ଭାରତୀୟ। । ଆମେରିକୀୟ ସାମରିକ ବିମାନ ସି-୧୭ ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟରୁ ୧୦୪ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ନିର୍ବାସିତ ଭାରତୀୟଙ୍କ ମଧ୍ୟରେ ଛଅଟି ରାଜ୍ୟର ଲୋକ ଅଛନ୍ତି । ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ହରିୟାଣାର। ହରିୟାଣାରୁ ମୋଟ ୩୪ଜଣ ନିର୍ବାସିତ ହେବା ପରେ ଫେରି ଆସିଛନ୍ତି। ଏହା ପରେ, ଗୁଜରାଟର ୩୩ ଜଣ ଏବଂ ପଞ୍ଜାବର ୩୩ ଜଣ ଆମେରିକାରୁ ନିର୍ବାସିତ ହୋଇ ସ୍ବଦେଶ ଫେରିଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ରର ୩ଜଣ, ଉତ୍ତର ପ୍ରଦେଶର ୨ଜଣ ଏବଂ ଚଣ୍ଡିଗଡ଼ର ୨ଜଣ ସାମିଲ ଅଛନ୍ତି। ଅମୃତସରରେ ବିମାନ ଅବତରଣ କରିବାର ଅନେକ କାରଣ ରହିଛି । ଆମେରିକାରୁ ନିର୍ବାସିତ ପ୍ରବାସୀ ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ ନାଗରିକ ପଞ୍ଜାବ ଏବଂ ହରିୟାଣାର। ଏହା ବ୍ୟତୀତ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ୍ ଦିଆଯାଉଥିବାରୁ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ଅବତରଣ କରାଯାଇନଥିଲା।

ସ୍ବଦେଶ ଫେରିଲେ ବେଆଇନ ପ୍ରବାସୀ : ୧୦୪ ଭାରତୀୟଙ୍କୁ ନେଇ ପଞ୍ଜାବରେ ଅବତରଣ କଲା ଆମେରିକାର ସି-୧୭ ସାମରିକ ବିମାନ

କନକବ୍ୟୁରୋ : ସ୍ବଦେଶ ଫେରିଲେ ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ୧୦୪ ଜଣ ଭାରତୀୟ। । ଆମେରିକୀୟ ସାମରିକ ବିମାନ ସି-୧୭ ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟରୁ ୧୦୪ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ନିର୍ବାସିତ ଭାରତୀୟଙ୍କ ମଧ୍ୟରେ ଛଅଟି ରାଜ୍ୟର ଲୋକ ଅଛନ୍ତି ।

ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ହରିୟାଣାର। ହରିୟାଣାରୁ ମୋଟ ୩୪ଜଣ ନିର୍ବାସିତ ହେବା ପରେ ଫେରି ଆସିଛନ୍ତି। ଏହା ପରେ, ଗୁଜରାଟର ୩୩ ଜଣ ଏବଂ ପଞ୍ଜାବର ୩୩ ଜଣ ଆମେରିକାରୁ ନିର୍ବାସିତ ହୋଇ ସ୍ବଦେଶ ଫେରିଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ରର ୩ଜଣ, ଉତ୍ତର ପ୍ରଦେଶର ୨ଜଣ ଏବଂ ଚଣ୍ଡିଗଡ଼ର ୨ଜଣ ସାମିଲ ଅଛନ୍ତି। ଅମୃତସରରେ ବିମାନ ଅବତରଣ କରିବାର ଅନେକ କାରଣ ରହିଛି ।

ଆମେରିକାରୁ ନିର୍ବାସିତ ପ୍ରବାସୀ ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ ନାଗରିକ ପଞ୍ଜାବ ଏବଂ ହରିୟାଣାର। ଏହା ବ୍ୟତୀତ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ୍ ଦିଆଯାଉଥିବାରୁ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ଅବତରଣ କରାଯାଇନଥିଲା।