ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍ପି
ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍ପି ହେବେ। ଏଏପି ଏନ୍ଡି ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ ଚୟନ କରିଛି । ରାଜ୍ୟ ସଭା ଏମ୍ପି ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ। ବାସ୍ତବରେ ଦିଲ୍ଲୀର ସମସ୍ତ ତିନିଜଣ ରାଜ୍ୟ ସଭା ଏମ୍ପିଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବ। ଏହି […] The post ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍ପି appeared first on Dharitri Odia News.
ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍ପି ହେବେ। ଏଏପି ଏନ୍ଡି ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ ଚୟନ କରିଛି । ରାଜ୍ୟ ସଭା ଏମ୍ପି ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ।
ବାସ୍ତବରେ ଦିଲ୍ଲୀର ସମସ୍ତ ତିନିଜଣ ରାଜ୍ୟ ସଭା ଏମ୍ପିଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବ। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆମ ଆଦମୀ ପାର୍ଟି ତିନିଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଜାନୁଆରୀ ୧୦ ନାମାଙ୍କନ ପତ୍ରର ଶେଷ ତାରିଖ ।
ଏଏପିର ରାଜନୈତିକ ବ୍ୟାପାର କମିଟି (ପିଏସି) ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଏହା ବ୍ୟତୀତ ସଞ୍ଜୟ ସିଂ ଏବଂ ଏନ୍ଡି ଗୁପ୍ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭା ଏମ୍ପି ଭାବରେ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।
The post ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍ପି appeared first on Dharitri Odia News.