ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୮ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ହାଟଡ଼ିହୀ ବ୍ଲକ ବାଙ୍ଗୋର ଗ୍ରାମର ବାସିନ୍ଦା ତଥା ସିଟିଟିସି ଭୁବନେଶ୍ୱରର ଛାତ୍ର ରାଜେନ୍ଦ୍ର ବିନ୍ଧାଣିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲାପାଳ ବିଶାଲ ସିଂହ ଉପସ୍ଥିତ ରହି ରାଜେନ୍ଦ୍ରଙ୍କୁ ସମ୍ମାନିତ କରିଥିଲେ। ଗାଁ ସ୍କୁଲରୁ ମାଟ୍ରିକ ପାସ କରିବା ପରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) କେନ୍ଦୁଝର ସହାୟତାରେ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ […] The post ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର appeared first on Dharitri Odia News.

ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୮ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ହାଟଡ଼ିହୀ ବ୍ଲକ ବାଙ୍ଗୋର ଗ୍ରାମର ବାସିନ୍ଦା ତଥା ସିଟିଟିସି ଭୁବନେଶ୍ୱରର ଛାତ୍ର ରାଜେନ୍ଦ୍ର ବିନ୍ଧାଣିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲାପାଳ ବିଶାଲ ସିଂହ ଉପସ୍ଥିତ ରହି ରାଜେନ୍ଦ୍ରଙ୍କୁ ସମ୍ମାନିତ କରିଥିଲେ।

ଗାଁ ସ୍କୁଲରୁ ମାଟ୍ରିକ ପାସ କରିବା ପରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) କେନ୍ଦୁଝର ସହାୟତାରେ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ରେ ଆଇଟିଆଇ ମେସିନିଷ୍ଟ ପାଠ୍ୟକ୍ରମରେ ଶିକ୍ଷାଲାଭର ସୁଯୋଗ ପାଇଥିଲେ ରାଜେନ୍ଦ୍ର। ତାଲିମ ପରେ ସେ ସିଟିଟିସିରେ ହିଁ ଆପ୍ରେଣ୍ଟିସ ଭାବେ ନିଯୁକ୍ତି ପାଇଥିଲେ। ଏହା ଭିତରେ ସେ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଏବଂ ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ‘ସିଏନସି ମିଲିଂ’ ବର୍ଗରେ ଅଂଶଗ୍ରହଣ କରିବା ସହ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଏବେ ସେ ଆସନ୍ତା ସେପ୍ଟେମ୍ବରରେ ଫ୍ରାନ୍ସର ଲିଅନ ସହରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ରାଜେନ୍ଦ୍ରଙ୍କ ଏହି ଉଲ୍ଲେଖନୀୟ ସଫଳତା କେବଳ କେନ୍ଦୁଝର ଜିଲା ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ଏହି ସଫଳତାର ଯାତ୍ରାରେ ସହଭାଗୀ ହୋଇଥିବାରୁ ରାଜେନ୍ଦ୍ର ଜିଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍‌ଏଫକୁ ବିଶେଷ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ଜଲା ପ୍ରଶାସନ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

The post ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର appeared first on Dharitri Odia News.