ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ

କୋକସରା,୨୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୂର୍ବ ବିଜେଡି ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ସରକାର ପରିବର୍ତ୍ତନ ହେବା ପରେ ମିଲେଟ ମିଶନ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ରୂପାନ୍ତରିତ ହୋଇଛି। ଏହି ଯୋଜନାରେ ରାଜ୍ୟର ପ୍ରତି ବ୍ଲକରେ ଚାଷୀଙ୍କୁ ମାଣ୍ଡିଆ ଚାଷର ଉପାଦେୟତା ଓ ମାଣ୍ଡିଆରେ ରହିଥିବା ଗୁଣବତ୍ତା ସମ୍ପର୍କରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବ୍ଲକ କୃଷି […] The post ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ appeared first on Dharitri Odia News.

ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ

କୋକସରା,୨୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୂର୍ବ ବିଜେଡି ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ସରକାର ପରିବର୍ତ୍ତନ ହେବା ପରେ ମିଲେଟ ମିଶନ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ରୂପାନ୍ତରିତ ହୋଇଛି। ଏହି ଯୋଜନାରେ ରାଜ୍ୟର ପ୍ରତି ବ୍ଲକରେ ଚାଷୀଙ୍କୁ ମାଣ୍ଡିଆ ଚାଷର ଉପାଦେୟତା ଓ ମାଣ୍ଡିଆରେ ରହିଥିବା ଗୁଣବତ୍ତା ସମ୍ପର୍କରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବ୍ଲକ କୃଷି ବିଭାଗ ଦ୍ୱାରା ବିଭିନ୍ନ ଏନଜିଓ ସଂସ୍ଥାକୁ ନିୟୋଜିତ କରାଯାଇଛି। କୋକସରା ବ୍ଲକରେ ଦ ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥାକୁ ଚାଷୀଙ୍କୁ ସଚେତନ ଓ ଚାଷ ପାଇଁ ଆନୁଷଙ୍ଗିକ ବଜାର ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ଚଳିତ ରବି ଋତୁ ମାଣ୍ଡିଆ ଚାଷ ପାଇଁ ବ୍ଲକର ବଡ଼ ପୋଡାଗୁଡା, ଗୋତମୁଣ୍ଡା, ମହିମା, କାଉଡୋଳା ଓ ଆମପାଣି ପଞ୍ଚାୟତରେ ୧୫ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ୫ ପଞ୍ଚାୟତର ୨୨ ଚାଷୀ ୮ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିବା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଶୁକ୍ରବାର ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମର ଚାଷୀ ବନସିଂ ଧଙ୍ଗଡା ମାଝୀଙ୍କ ମାଣ୍ଡିଆ ଚାଷଜମିରେ ସଂସ୍ଥା ପକ୍ଷରୁ କ୍ରପ କଟିଂ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂସ୍ଥାର ବିପିସି ସୁରେନ୍ଦ୍ର ଜୁଏଡ଼, ସିଆର୍‌ପି ଗୋକୁଳ ଧ. ମାଝୀ, ସୁଶିଲ ଭାଟି, ହେମାଙ୍ଗିନି ହଂସ, ସିଇଓ ଆଭାସ ରଞ୍ଜନ ପାଟ୍ଟଯୋଷୀ ସମେତ ଚାଷୀମାନେ ଉପସ୍ଥିତ ଥିଲେ। ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥା ମାଣ୍ଡିଆ ଚାଷ କରିବା ପାଇଁ ଚାଷୀଙ୍କୁ ସଚେତନ ଓ ପ୍ରୋତ୍ସାହିତ କରୁଥିବା ନେଇ ଚାଷୀମାନେ କହିବା ସହ ମାଣ୍ଡିଆ ଚାଷ କରି ସେମାନେ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ ହୋଇପାରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

The post ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ appeared first on Dharitri Odia News.