ସ୍ବାବଲମ୍ବୀ ହେବେ ମହିଳା, ନାରୀ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ…
ପୁରୁଷୋତ୍ତମପୁର,୧୪ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଋଣ ପ୍ରଦାନ ମେଳା ଶାଖା ପରିଚାଳକ ଚିଙ୍କୁ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ରିଜିନାଲ ମ୍ୟାନେଜର ହରିକୃଷ୍ଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଭାଟକୁମରଡ଼ା ସମିତିସଭ୍ୟ କୋରାନାଥ ସ୍ବାଇଁ , ସରପଞ୍ଚ ମନମୋହିନୀ ପଲେଇ, ପୁରୁଷୋତ୍ତମପୁର ବ୍ଲକ ମିଶନ ଶକ୍ତି ବିଭାଗ ଅଧିକାରୀ ସାଇଦତ୍ତ ବେହେରା ଯୋଗଦେଇ […] The post ସ୍ବାବଲମ୍ବୀ ହେବେ ମହିଳା, ନାରୀ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ… appeared first on Dharitri Odia News.
ପୁରୁଷୋତ୍ତମପୁର,୧୪ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଋଣ ପ୍ରଦାନ ମେଳା ଶାଖା ପରିଚାଳକ ଚିଙ୍କୁ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ରିଜିନାଲ ମ୍ୟାନେଜର ହରିକୃଷ୍ଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଭାଟକୁମରଡ଼ା ସମିତିସଭ୍ୟ କୋରାନାଥ ସ୍ବାଇଁ , ସରପଞ୍ଚ ମନମୋହିନୀ ପଲେଇ, ପୁରୁଷୋତ୍ତମପୁର ବ୍ଲକ ମିଶନ ଶକ୍ତି ବିଭାଗ ଅଧିକାରୀ ସାଇଦତ୍ତ ବେହେରା ଯୋଗଦେଇ ନାରୀ ସଶକ୍ତିକରଣକୁ ସୁଦୃଢ଼ କରିବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ୧୪ଟି ଏସ୍ଏଚ୍ଜି ଓ ୧୫୦ରୁ ଊର୍ଦ୍ଧ୍ୱ ମିଶନ ଶକ୍ତିର ମହିଳାମାନଙ୍କୁ ପ୍ରାୟ ୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏହାକୁ ବ୍ୟାଙ୍କର କର୍ମଚାରୀମାନେ ପରିଚାଳନା କରିଥିଲେ।
The post ସ୍ବାବଲମ୍ବୀ ହେବେ ମହିଳା, ନାରୀ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ… appeared first on Dharitri Odia News.