ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ, ୭ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ମା !
ଯାଜପୁର : ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ । ନିଜ ଜନ୍ମକଲା ପୁଅକୁ ମାଆ ବିକ୍ରି କରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା । ଯାଜପୁର ବ୍ଲକ ବଡ ସୁଆର ଗାଁ ରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁ ର ପ୍ରଶାନ୍ତ ଓ ପତ୍ନୀ ପୂଜା ଙ୍କ ବିବାଦ ଯୋଗୁଁ ଅଲଗା ହୋଇଯାଇଥିଲେ । ପୂଜା ନିଜର ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି […] The post ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ, ୭ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ମା ! appeared first on KNews Odisha.

ଯାଜପୁର : ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ । ନିଜ ଜନ୍ମକଲା ପୁଅକୁ ମାଆ ବିକ୍ରି କରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା । ଯାଜପୁର ବ୍ଲକ ବଡ ସୁଆର ଗାଁ ରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁ ର ପ୍ରଶାନ୍ତ ଓ ପତ୍ନୀ ପୂଜା ଙ୍କ ବିବାଦ ଯୋଗୁଁ ଅଲଗା ହୋଇଯାଇଥିଲେ । ପୂଜା ନିଜର ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ୪ ବର୍ଷ ତଳେ ହୋଇଥିବା ବେଳେ ଏବେ ପିଲା ବିକ୍ରି ଅଭିଯୋଗ କରିଛନ୍ତି ବାପା । ଏ ନେଇ ପରିବାର ଲୋକ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କଲାପରେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଘଟଣା ର ତଦନ୍ତ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଆହୁରି ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ
The post ସ୍ବାମୀ ଓ ସ୍ତ୍ରୀଙ୍କ ବିବାଦ ଭିତରେ ବଳିପଡ଼ିଲା ଶିଶୁ, ୭ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ମା ! appeared first on KNews Odisha.