ସ୍ବାମୀଙ୍କ କାର ଚୋରିର ମାଷ୍ଟରମାଇଣ୍ଡ ସ୍ତ୍ରୀ, ୨ ସହଯୋଗୀକୁ ବାନ୍ଧିଲା ପୋଲିସ
ଉତ୍ତରପ୍ରଦେଶ ୨୫/୧୨: ସ୍ବାମୀଙ୍କ କାର ଚୋରିବାକୁ ଚୋରଙ୍କୁ ଟଙ୍କା ଲୋଭ ଦେଖାଇଲେ ସ୍ତ୍ରୀ । ଚୋରି ଘଟଣା ପାଇଁ ପତ୍ନୀ ସାଜିଥିଲେ ମାଷ୍ଟରମାଇଣ୍ଡ । ରଚିଥିଲେ ବ୍ଲୁ ପ୍ରିଣ୍ଟ । ଏପରିକି କାର ଚୋରି ପରେ ମିଳିବାକୁ ଥିବା ଟଙ୍କାକୁ କିଏ କେତେ ନେବ ସେକଥା ବି ଛିଣ୍ଡିଥିଲା । ହେଲେ ସବୁ ପ୍ଲାନ ଫେଲ୍ କରିଦେଲା ପୋଲିସ । ଚୋରି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ଫେରାର ଅଛି ମାଲିକାଣୀ ମାଷ୍ଟର ମାଇଣ୍ଡ ।ଉତ୍ତରପ୍ରଦେଶ ଗାଜିଆଗାଦ ନନ୍ଦଗ୍ରାମ ଥାନା ଅଞ୍ଚଳର ଏ ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି । ଏ ଧୂର୍ତ୍ତ ମହିଳା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପବିତ୍ରା । ସ୍ବାମୀଙ୍କ କାର ଚୋରି କରାଇବା ପାଇଁ ସେ ରଚିଥିଲେ ଷଡଯନ୍ତ୍ର । ପ୍ଲାନରେ ନିଜର ୨ ଜଣ ସାଂଗକୁ ସାମିଲ କରିଥିଲେ । ଚୋରି ଗାଡିକୁ ବିକ୍ରି କରିବା ସହ ଇନସୁରାନ୍ସ କଂପାନୀଠୁ ଟଙ୍କା ଆଦାୟ କରି ତାକୁ ଭାଗବଣ୍ଟା କରିବାକୁ ହୋଇଥିଲା ଯୋଜନା । ପ୍ଲାନ ଅନୁସାରେ ପବିତ୍ରା ୨ ସାଂଗକୁ କାରର ଡୁପ୍ଲିକେଟ ଚାବି ଦେଇଥିଲେ । ସେହି ଚାବି ସାହାଯ୍ୟରେ ଗାଡି ଚୋରି କରିବା ସହ ତା ନମ୍ବର ପ୍ଲେଟ ବଦଳାଇ ଦେଇଥିଲେ । ଗାଡିର ଅନ୍ୟ ଏକ ଚାବି କରି ପୁରୁମା ଚାବି ପବିତ୍ରାଙ୍କୁ ଫେରାଇ ଦେଇଥିଲେ । କାର ଚୋରି ସଂପର୍କରେ ପବିତ୍ରାଙ୍କ ସ୍ବାମୀ ଗତ ୬ରେ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଖୋଳତାଡ କରି ଗୌରବ ଶର୍ମା ଓ ଆକାଶ ତ୍ୟାଗୀ ନାମକ ୨ ଯୁବକଙ୍
ଉତ୍ତରପ୍ରଦେଶ ୨୫/୧୨: ସ୍ବାମୀଙ୍କ କାର ଚୋରିବାକୁ ଚୋରଙ୍କୁ ଟଙ୍କା ଲୋଭ ଦେଖାଇଲେ ସ୍ତ୍ରୀ । ଚୋରି ଘଟଣା ପାଇଁ ପତ୍ନୀ ସାଜିଥିଲେ ମାଷ୍ଟରମାଇଣ୍ଡ । ରଚିଥିଲେ ବ୍ଲୁ ପ୍ରିଣ୍ଟ । ଏପରିକି କାର ଚୋରି ପରେ ମିଳିବାକୁ ଥିବା ଟଙ୍କାକୁ କିଏ କେତେ ନେବ ସେକଥା ବି ଛିଣ୍ଡିଥିଲା । ହେଲେ ସବୁ ପ୍ଲାନ ଫେଲ୍ କରିଦେଲା ପୋଲିସ । ଚୋରି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ଫେରାର ଅଛି ମାଲିକାଣୀ ମାଷ୍ଟର ମାଇଣ୍ଡ ।
ଉତ୍ତରପ୍ରଦେଶ ଗାଜିଆଗାଦ ନନ୍ଦଗ୍ରାମ ଥାନା ଅଞ୍ଚଳର ଏ ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି । ଏ ଧୂର୍ତ୍ତ ମହିଳା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପବିତ୍ରା । ସ୍ବାମୀଙ୍କ କାର ଚୋରି କରାଇବା ପାଇଁ ସେ ରଚିଥିଲେ ଷଡଯନ୍ତ୍ର । ପ୍ଲାନରେ ନିଜର ୨ ଜଣ ସାଂଗକୁ ସାମିଲ କରିଥିଲେ । ଚୋରି ଗାଡିକୁ ବିକ୍ରି କରିବା ସହ ଇନସୁରାନ୍ସ କଂପାନୀଠୁ ଟଙ୍କା ଆଦାୟ କରି ତାକୁ ଭାଗବଣ୍ଟା କରିବାକୁ ହୋଇଥିଲା ଯୋଜନା ।
ପ୍ଲାନ ଅନୁସାରେ ପବିତ୍ରା ୨ ସାଂଗକୁ କାରର ଡୁପ୍ଲିକେଟ ଚାବି ଦେଇଥିଲେ । ସେହି ଚାବି ସାହାଯ୍ୟରେ ଗାଡି ଚୋରି କରିବା ସହ ତା ନମ୍ବର ପ୍ଲେଟ ବଦଳାଇ ଦେଇଥିଲେ । ଗାଡିର ଅନ୍ୟ ଏକ ଚାବି କରି ପୁରୁମା ଚାବି ପବିତ୍ରାଙ୍କୁ ଫେରାଇ ଦେଇଥିଲେ । କାର ଚୋରି ସଂପର୍କରେ ପବିତ୍ରାଙ୍କ ସ୍ବାମୀ ଗତ ୬ରେ ଥାନାରେ ମାମଲା ରୁଜୁ କରିଥିଲେ ।
ପୋଲିସ ସିସିଟିଭି ଫୁଟେଜ ଆଧାରରେ ଖୋଳତାଡ କରି ଗୌରବ ଶର୍ମା ଓ ଆକାଶ ତ୍ୟାଗୀ ନାମକ ୨ ଯୁବକଙ୍କୁ ଗିରଫ କରିଥିଲା । ଗାଡିର ମାଲିକାଣୀ ହିଁ ଚୋରିର ମାଷ୍ଟରମାଇଣ୍ଡ ବୋଲି ସେମାନେ କହିଥିଲେ । ପୋଲିସ ଏବେ ମାଷ୍ଟରମାଇଣ୍ଡ ପବିତ୍ରାଙ୍କୁ ଖୋଜୁଛି । ଗିରଫ ଗୌରବ ଓ ଆକାଶଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ଥିବା ପୋଲିସ କହିଛି ।