ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ନବ ବିବାହିତା
ଥୁଆମୂଳ ରାମପୁର,୪ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ ବୁଧବାର ଜଣେ ନବବିବାହିତା ତାଙ୍କୁ ସ୍ବାମୀ ଶାରୀରିକ, ମାନସିକ ଏବଂ ଯୌତୁକ ଜନିତ ନିର୍ଯାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଥୁଆମୂଳ ରାମପୁର ଥାନା ସଦରସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର କୁମର ନାଏକଙ୍କ ଝିଅ କସ୍ତୁରୀ ନାଏକ (୨୬) ଗତ ୬ ମାସ ତଳେ କାଶୀପୁର ଥାନା ଅନ୍ତର୍ଗତ ପର୍ଲାଜୋରର ଚିନା ନାଏକଙ୍କ ପୁଅ ନକୁଳଙ୍କୁ ପ୍ରେମ […] The post ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ନବ ବିବାହିତା appeared first on Dharitri Odia News.
ଥୁଆମୂଳ ରାମପୁର,୪ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ ବୁଧବାର ଜଣେ ନବବିବାହିତା ତାଙ୍କୁ ସ୍ବାମୀ ଶାରୀରିକ, ମାନସିକ ଏବଂ ଯୌତୁକ ଜନିତ ନିର୍ଯାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଥୁଆମୂଳ ରାମପୁର ଥାନା ସଦରସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର କୁମର ନାଏକଙ୍କ ଝିଅ କସ୍ତୁରୀ ନାଏକ (୨୬) ଗତ ୬ ମାସ ତଳେ କାଶୀପୁର ଥାନା ଅନ୍ତର୍ଗତ ପର୍ଲାଜୋରର ଚିନା ନାଏକଙ୍କ ପୁଅ ନକୁଳଙ୍କୁ ପ୍ରେମ ବିବାହ କରିଥିଲେ I ବିବାହର କିଛିଦିନ ବହୁତ ସୁନ୍ଦର ଭଲ ଭାବରେ ତାଙ୍କ ଦାମ୍ପତ୍ୟ ଜୀବନ ଅତିବାହିତ ହୋଇଥିଲା। କିନ୍ତୁ ଏହାର କିଛିମାସ ଅନ୍ତେ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା।
କସ୍ତୁରୀଙ୍କ ଲିଖିତ ଅଭିଯୋଗରୁ ଜଣାପଡ଼ିଛି ଯେ, ସ୍ବାମୀ ତାଙ୍କୁ ପ୍ରଥମେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାମୀ ଓ ଶାଶୁ ଶାରିରୀକ ନିର୍ଯାତନା ଦେବା ସହ ଘରୁ ବାହାର କରିଦେଇଥିଲେ l ଶେଷରେ ଗତ ୧୭ ତାରିଖ ସନ୍ଧ୍ୟାରେ ତାଙ୍କ ସ୍ବାମୀଙ୍କ ସାନ ଭାଇ ଅର୍ଥାତ୍ ଦିଅର ଦାଣ୍ଡରେ ଛାଡ଼ି ପଳେଇ ଗଲେ। ପରେ ଗରିବ ଅସହାୟ କୁମରଙ୍କ ଝିଅ କସ୍ତୁରୀ ନ୍ୟାୟ ପାଇବା ଆଶାରେ ଆଇନ ଆଶ୍ରୟ ନେବାକୁ ବାଧ୍ୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗକୁ ଭିତ୍ତି କରି ଥୁଆମୂଳ ରାମପୁର ଥାନାରେ କେସ୍ ନଂ ୧୯୧/୨୪ ରେ ଏକ ମାମଲା ରୁଜୁ କରି ଏସ୍ଆଇ ରଶ୍ମିରଞ୍ଜନ ବାଗ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
The post ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ନବ ବିବାହିତା appeared first on Dharitri Odia News.