ସ୍ବାମୀଙ୍କ ସାମ୍ନାରେ ମହିଳାଙ୍କୁ ଗଣବଳାତ୍କାର: ବିରୋଧ କରିବାରୁ…
ନାଳନ୍ଦା,୧।୪: ବିହାରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଏକ ବାଇକରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ବାଟରେ ଦୁଇଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିଲେ। ସମ୍ପୂର୍ଣ୍ଣ ମାମଲାଟି ନାଳନ୍ଦାର ଇସଲାମପୁର ଥାନା ଅଞ୍ଚଳର। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ଦ୍ୱିତୀୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବାବେଳେ, ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ବାଇକରେ ଦମ୍ପତି ଏକାଙ୍ଗରାସରାଇରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ଏହି ସମୟରେ […] The post ସ୍ବାମୀଙ୍କ ସାମ୍ନାରେ ମହିଳାଙ୍କୁ ଗଣବଳାତ୍କାର: ବିରୋଧ କରିବାରୁ… appeared first on Dharitri Odia News.
ନାଳନ୍ଦା,୧।୪: ବିହାରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଏକ ବାଇକରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ବାଟରେ ଦୁଇଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିଲେ। ସମ୍ପୂର୍ଣ୍ଣ ମାମଲାଟି ନାଳନ୍ଦାର ଇସଲାମପୁର ଥାନା ଅଞ୍ଚଳର। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ଦ୍ୱିତୀୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବାବେଳେ, ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା।
ବାଇକରେ ଦମ୍ପତି ଏକାଙ୍ଗରାସରାଇରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ବାଇକରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଘେରିଗଲେ। ଦୁବୃର୍ତ୍ତ ପ୍ରଥମେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ ମାରିଥିଲେ। ୫୦,୦୦୦ ଟଙ୍କା ସହିତ କିଛି ଅଳଙ୍କାର ମଧ୍ୟ ଲୁଟ କରିଥିଲେ। ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏହା ପରେ ତାଙ୍କୁ ଗଣବଳାତ୍କାର ମଧ୍ୟ କରାଯାଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସକ୍ରିୟ ହୋଇ ଉଠିଥିଲା। ଡିଏସ୍ପି ଗୋପାଳ କୃଷ୍ଣ ଏବଂ ଇସଲାମପୁର ଥାନା ମୁଖ୍ୟ ଅନିଲ କୁମାର ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୀଡିତ ଦମ୍ପତିଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନିଲ କୁମାର ପାଣ୍ଡେ କହିଛନ୍ତି, ଏହି ମାମଲାରେ ବଳାତ୍କାର ଏବଂ ଡକାୟତି ମାମଲା ରୁଜୁ କରାଯାଇଛି। ଡାକ୍ତରୀ ପରୀକ୍ଷା ପାଇଁ ମହିଳାଙ୍କୁ ମହିଳା ପୋଲିସ ହେପାଜତରେ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ଶୋଭା ବିଘା ଗାଁର ବାସିନ୍ଦା କୌଶଳେନ୍ଦ୍ର କୁମାର ଓରଫ ସନି। ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି।
The post ସ୍ବାମୀଙ୍କ ସାମ୍ନାରେ ମହିଳାଙ୍କୁ ଗଣବଳାତ୍କାର: ବିରୋଧ କରିବାରୁ… appeared first on Dharitri Odia News.