ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…
ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ସ୍ତ୍ରୀ। ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ସ୍ତ୍ରୀକୁ ଅଟକ ରଖିଛି। ସୂଚନାନୁଯାୟୀ, ମୁଣ୍ଡମରାଇ ଗ୍ରାମର ଅମର ନାୟକ ଓ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକ ମଧ୍ୟରେ ବରାବର ଝଗଡ଼ା ଲାଗି ରହୁଥିଲା। ମଙ୍ଗଳବାର ରାତିରେ ମଧ୍ୟ […] The post ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ… appeared first on Dharitri Odia News.
ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ସ୍ତ୍ରୀ।
ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ସ୍ତ୍ରୀକୁ ଅଟକ ରଖିଛି।
ସୂଚନାନୁଯାୟୀ, ମୁଣ୍ଡମରାଇ ଗ୍ରାମର ଅମର ନାୟକ ଓ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକ ମଧ୍ୟରେ ବରାବର ଝଗଡ଼ା ଲାଗି ରହୁଥିଲା। ମଙ୍ଗଳବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଶେଷରେ ସ୍ତ୍ରୀ ଅଞ୍ଜନା ଉତ୍କ୍ଷିପ୍ତ ହୋଇ ସ୍ବାମୀ ଅମରଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ କୌଣସି ସୂତ୍ରରୁ ଖବର ପାଇ ମୃତଦେହକୁ ଜବତ କରି ସ୍ତ୍ରୀ ଅଞ୍ଜନାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।
The post ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ… appeared first on Dharitri Odia News.