ସ୍ବାସ୍ଥ୍ୟ ଓ ସୌଭାଗ୍ୟରେ କିପରି ଉପକାର କରେ ଲୁଣ ଜାଣନ୍ତୁ….
ଲୁଣ କେବଳ ରୋଷେଇରେ ବ୍ୟବହୃତ ହୁଏ ତାହା ନୁହେଁ। ଘରର ସୁଖ-ସମୃଦ୍ଧି ବୃଦ୍ଧି କରିବାରେ ତଥା ଶରୀରର ଥକ୍କାପଣକୁ ଦୂର କରିବାରେ ବି ଲୁଣର ବିଶେଷ ଭୂମିକା ରହିଛି। ଯେମିତିକି: ଲୁଣ ପାଣିରେ ଘର ପୋଛିଲେ ନକରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରେ ଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ଅଛି। ଏହା ଖରାପ ନଜରରୁ ମଧ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାଏ। କୌଣସି ବ୍ୟକ୍ତି ବା ପିଲାଙ୍କୁ କାହାର ଖରାପ ନଜର ଲାଗିଥିଲେ, କିଛି ଲୁଣକୁ ନେଇ […] The post ସ୍ବାସ୍ଥ୍ୟ ଓ ସୌଭାଗ୍ୟରେ କିପରି ଉପକାର କରେ ଲୁଣ ଜାଣନ୍ତୁ…. appeared first on Dharitri Odia News.
ଲୁଣ କେବଳ ରୋଷେଇରେ ବ୍ୟବହୃତ ହୁଏ ତାହା ନୁହେଁ। ଘରର ସୁଖ-ସମୃଦ୍ଧି ବୃଦ୍ଧି କରିବାରେ ତଥା ଶରୀରର ଥକ୍କାପଣକୁ ଦୂର କରିବାରେ ବି ଲୁଣର ବିଶେଷ ଭୂମିକା ରହିଛି। ଯେମିତିକି: ଲୁଣ ପାଣିରେ ଘର ପୋଛିଲେ ନକରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରେ ଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ଅଛି। ଏହା ଖରାପ ନଜରରୁ ମଧ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାଏ। କୌଣସି ବ୍ୟକ୍ତି ବା ପିଲାଙ୍କୁ କାହାର ଖରାପ ନଜର ଲାଗିଥିଲେ, କିଛି ଲୁଣକୁ ନେଇ ତାଙ୍କ ଚାରିପଟେ ତିନିଥର ବୁଲାଇ ତାହାକୁ ବାହାରେ ଫୋପାଡିଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ରାତିରେ ଶୋଇବା ପୂର୍ବରୁ ପାଣିରେ କିଛି ଲୁଣ ମିଶାଇ ହାତପାଦ ଧୋଇଦେଲେ ଥକ୍କାପଣ ଦୂର ହେବା ସହ ନିଦ ଭଲ ହୋଇଥାଏ। ସେହିପରି ଘରେ କୌଣସି ବ୍ୟକ୍ତି ବହୁତ ଦିନ ରୋଗରେ ପଡିଥିଲେ, କାଚ ବୋତଲରେ ଲୁଣ ଭର୍ତ୍ତି କରି ତାଙ୍କ ଶେଯ ପାଖରେ ରଖି ସପ୍ତାହକୁ ସପ୍ତାହ ତାହାକୁ ବଦଳାଉଥିଲେ ଧୀରେ ଧୀରେ ରୋଗରୁ ଉପଶମ ମିଳିଥାଏ ବୋଲି ଜ୍ୟୋର୍ତିବିଦ୍ମାତେ ମତ ଦେଇଥାନ୍ତି। ଅନେକ ସମୟରେ ଦେଖାଯାଏ, ଘରେ କିଛି ବାସ୍ତୁଦୋଷ ଥିଲେ କିମ୍ବା ସର୍ବଦା କଳହ ଲାଗିବା ସହ ଅଭାବ ଦେଖା ଦେଉଥିଲେ କାଚ ଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ କ୍ରମେ ବାସ୍ତୁଦୋଷ ଆପେ ଆପେ ସମାଧାନ ହୋଇଯାଏ ବୋଲି ବିଶ୍ୱାସ ରହିଛି।
The post ସ୍ବାସ୍ଥ୍ୟ ଓ ସୌଭାଗ୍ୟରେ କିପରି ଉପକାର କରେ ଲୁଣ ଜାଣନ୍ତୁ…. appeared first on Dharitri Odia News.