କୋରାପୁଟରେ ୯ ଶିଶୁଙ୍କ ମୃତ୍ୟୁ ଘଟଣା: ରାଜ୍ୟର ୨ ଜଣିଆ ସ୍ବାସ୍ଥ୍ୟ ଟିମ୍ଙ୍କ ସ୍ଥିତି ଅନୁଧ୍ୟାନ
କୋରାପୁଟ/ନାରାୟଣପାଟଣା,୨୯ା୬(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ସୀମାନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ଅଞ୍ଚଳର ଗତ ୧୫ ଦିନ ମଧ୍ୟରେ ମୋଟ୍ ୯ ଶିଶୁଙ୍କ ମୃତ୍ୟୁ ହୋଇଥିବା ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ ପାଇଁ ଶନିବାର ରାଜ୍ୟ ଶିଶୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆଦିତ୍ୟ ମହାପାତ୍ର ଓ ରାଜ୍ୟ ୟୁନିସେଫ୍ କନ୍ସଲଟାଣ୍ଟ ଡାକ୍ତର ଅନିଲ ପଟ୍ଟନାୟକ ନାରାୟଣପାଟଣା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାରେ କେଉଁ କାରଣ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଲା […] The post କୋରାପୁଟରେ ୯ ଶିଶୁଙ୍କ ମୃତ୍ୟୁ ଘଟଣା: ରାଜ୍ୟର ୨ ଜଣିଆ ସ୍ବାସ୍ଥ୍ୟ ଟିମ୍ଙ୍କ ସ୍ଥିତି ଅନୁଧ୍ୟାନ appeared first on Dharitri Odia News.
କୋରାପୁଟ/ନାରାୟଣପାଟଣା,୨୯ା୬(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ସୀମାନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ଅଞ୍ଚଳର ଗତ ୧୫ ଦିନ ମଧ୍ୟରେ ମୋଟ୍ ୯ ଶିଶୁଙ୍କ ମୃତ୍ୟୁ ହୋଇଥିବା ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ ପାଇଁ ଶନିବାର ରାଜ୍ୟ ଶିଶୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆଦିତ୍ୟ ମହାପାତ୍ର ଓ ରାଜ୍ୟ ୟୁନିସେଫ୍ କନ୍ସଲଟାଣ୍ଟ ଡାକ୍ତର ଅନିଲ ପଟ୍ଟନାୟକ ନାରାୟଣପାଟଣା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାରେ କେଉଁ କାରଣ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଲା ସେ ନେଇ ଅନୁଧ୍ୟାନ କରିଥିବା ଜଣାଯାଇଛି। ଏହି ଦୁଇ ଜଣିଆ ଟିମ ଶନିବାର ଜିଲାର ନାରାୟଣପାଟଣା ବ୍ଲକର ଗୋତିଗୁଡ଼ା ଓ ଜାମଡ଼ା ବାଲସା ଗ୍ରାମ ପରିଦର୍ଶନ କରିବା ସହିତ ଶିଶୁ ମୃତ୍ୟୁର କାରଣ ଅନୁସନ୍ଧାନ କରିଛନ୍ତି। ସେହିପରି ଏହି ଟିମ୍ କୋରାପୁଟ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଛନ୍ତି। ଶେଷରେ ଏହି ଟିମ୍ ନାରାୟଣପାଟଣା ମେଡିକାଲରେ ପହଞ୍ଚି ଶିଶୁ ମୃତ୍ୟୁର କାରଣ ନେଇ ମେଡିକାଲର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍ ସହିତ ନାରାୟଣପାଟଣା ସ୍ବାସ୍ଥ୍ୟ ଅଧିକାରୀ ବିମଲ ବାଘଙ୍କ ସମେତ ମେଡିକାଲର ବହୁ କର୍ମଚାରୀ ଉପସ୍ଥିତ ଥିଲେ। ରବିବାର କେନ୍ଦ୍ରୀୟ ଟିମ୍ ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳ ପରିଦର୍ଶନ କରି ଶିଶୁ ମୃତ୍ୟୁର କାରଣ ଖୋଜିବେ ବୋଲି ସ୍ବାସ୍ଥ୍ୟ ବିଭାଗର ବିଶେଷ ସୁତ୍ରରୁ କୁହାଯାଇଛି।
ସୂଚନା ଥାଉକି, ବର୍ତ୍ତମାନ ସୁଦ୍ଧା ଜିଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ ଅଞ୍ଚଳରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଛି। ସେଥିମଧ୍ୟରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ୨ ଜଣଙ୍କ ଡିପ୍ଥେରିଆରେ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଥିବା ବେଳେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଜଣଙ୍କର ନିମୋନିଆରେ ମୃତ୍ୟୁ ହୋଇଛି। ବାକି ୬ ଶିଶୁଙ୍କ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଘରେ ରହି ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
The post କୋରାପୁଟରେ ୯ ଶିଶୁଙ୍କ ମୃତ୍ୟୁ ଘଟଣା: ରାଜ୍ୟର ୨ ଜଣିଆ ସ୍ବାସ୍ଥ୍ୟ ଟିମ୍ଙ୍କ ସ୍ଥିତି ଅନୁଧ୍ୟାନ appeared first on Dharitri Odia News.