ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ): ସରକାରୀ କର୍ମଚାରୀଙ୍କୁ କ୍ୟାଶଲେସ୍‌ ସ୍ବାସ୍ଥ୍ୟ ବୀମାରେ ସାମିଲ ସହ ପୁରୁଣା ହାରରେ ପେନସନ ପ୍ରଦାନ କରିବାକୁ ଛତ୍ରପୁର ହସ୍ପିଟାଲର କର୍ମଚାରୀମାନେ ଦାବି କରିଛନ୍ତି। ଶୁକ୍ରବାର ହସ୍ପିଟାଲର ସରକାରୀ କର୍ମଚାରୀମାନେ ପ୍ଲାକାର୍ଡ ଧରି ଦାବି ଉପସ୍ଥାପନ କରିଥିଲେ। ସରକାର ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡର ଶୁଭାରମ୍ଭ କରିଛନ୍ତି। କିନ୍ତୁ ଏହି ଯୋଜନାରୁ ୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବାଦ […] The post ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ appeared first on Dharitri Odia News.

ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ): ସରକାରୀ କର୍ମଚାରୀଙ୍କୁ କ୍ୟାଶଲେସ୍‌ ସ୍ବାସ୍ଥ୍ୟ ବୀମାରେ ସାମିଲ ସହ ପୁରୁଣା ହାରରେ ପେନସନ ପ୍ରଦାନ କରିବାକୁ ଛତ୍ରପୁର ହସ୍ପିଟାଲର କର୍ମଚାରୀମାନେ ଦାବି କରିଛନ୍ତି।

ଶୁକ୍ରବାର ହସ୍ପିଟାଲର ସରକାରୀ କର୍ମଚାରୀମାନେ ପ୍ଲାକାର୍ଡ ଧରି ଦାବି ଉପସ୍ଥାପନ କରିଥିଲେ। ସରକାର ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡର ଶୁଭାରମ୍ଭ କରିଛନ୍ତି। କିନ୍ତୁ ଏହି ଯୋଜନାରୁ ୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଯୋଜନା ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ପାଇଁ ଜିଲା ତଥା ରାଜ୍ୟର ସମସ୍ତ କର୍ମଚାରୀ ଏକ ଡିଜିଟାଲ କ୍ୟାମ୍ପେନ କରିଥିବା ଛତ୍ରପୁର ହସ୍ପିଟାଲ କର୍ମଚାରୀ ସୂଚନା ଦେଇଛନ୍ତି ।

The post ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ appeared first on Dharitri Odia News.