ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୯: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ଅନୁସନ୍ଧାନ ପରେ ଏହା ନିଶ୍ଚିତ ହୋଇଛି ଯେ ସେ ମଙ୍କିପକ୍ସରେ ସଂକ୍ରମିତ। ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଆଇସୋଲେଶନରେ ରଖାଯିବା ସହ […] The post ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ appeared first on Dharitri Odia News.

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୯: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ଅନୁସନ୍ଧାନ ପରେ ଏହା ନିଶ୍ଚିତ ହୋଇଛି ଯେ ସେ ମଙ୍କିପକ୍ସରେ ସଂକ୍ରମିତ।

ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଆଇସୋଲେଶନରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିବୃତ୍ତି ଅନୁଯାୟୀ, ୨୦୨୨ପରଠାରୁ ୧୧୬ଟି ଦେଶରେ ୯୯,୧୭୬ଟି ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୨୦୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ ସଂକ୍ରମିତ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମାମଲା ସଂଖ୍ୟା ଗତ ବର୍ଷର ମୋଟ ସଂଖ୍ୟାକୁ ଅତିକ୍ରମ କରିଛି।

ମଙ୍କିପକ୍ସ ହେଉଛି ଏକ ଭାଇରାଲ ଜୁନୋସିସ। ଜୁନୋସିସ ବା ଜୁନୋଟିକ ରୋଗ ମଣିଷରେ ଏକ ସଂକ୍ରାମକ ରୋଗ ଯାହା ଏକ ଜୀବାଣୁ ଦ୍ୱାରା ହୋଇଥାଏ। ଅଧିକାରୀଙ୍କ ଅନୁଯାୟୀ, ସଂକ୍ରମଣର ପ୍ରଭାବ ସାଧାରଣତଃ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ମଙ୍କିପକ୍ସ ରୋଗୀମାନେ ସାଧାରଣତଃ ସହାୟକ ଚିକିତ୍ସା ଏବଂ ପରିଚାଳନା ସହିତ ସୁସ୍ଥ ହୁଅନ୍ତି।

 

The post ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ appeared first on Dharitri Odia News.